ସରକାରୀ ଯୋଜନାରୁ ବଞ୍ଚିତ ସିଦ୍ଧବାଲିର ଦିବ୍ୟାଙ୍ଗ ଯୁବତୀ ଲକ୍ଷ୍ମୀ !

51

Get real time updates directly on you device, subscribe now.

ପଟ୍ଟାମୁଣ୍ଡାଇ ( ସଂଘର୍ଷ ମିଡିଆ ) : ସରକାର ଗରିବୀ ଓ ଅସହାୟ ମାନଙ୍କ ପାଇଁ ଯୋଜନା ପରେ ଯୋଜନା ଆଣିବାରେ ବ୍ୟସ୍ତ କିନ୍ତୁ ଏଠି ପ୍ରକୃତ ଅସହାୟ ଲୋକମାନେ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବାର ନଜରକୁ ଆସିଛି। ପଟ୍ଟାମୁଣ୍ଡାଇ ବ୍ଲକ ଅମୃତମଣୋହୀ ପଞ୍ଚାୟତ ଅନ୍ତର୍ଗତ ସିଦ୍ଧବାଲି ଗ୍ରାମର ଲକ୍ଷ୍ମୀ ଦାସ ବୟସ ୩୦ ଛୁଇଁଲାଣି କିନ୍ତୁ ଏଠି ଲକ୍ଷ୍ମୀଙ୍କ ଭିଣ୍ଣକ୍ଷମ ସାର୍ଟିଫିକେଟରେ ଶହେ ପରସେଣ୍ଟ୍ ଥିଲେ ମଧ୍ୟ ଏଜାଏଁ ଲକ୍ଷ୍ମୀଙ୍କୁ ନାଁ ମିଳିଛି ସରକାରୀ ଭତା ବା ରାସନ୍ ଚାଉଳ ନାଁ ମିଳିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଖଣ୍ଡିଏ । ଲକ୍ଷ୍ମୀ ଯନ୍ମହେବା ଦୀନ ଠାରୁ ଆଜିଯାଏଁ ତାଙ୍କ ମାଆଙ୍କ ପାଖରୁ ହସ ଆଉ ଖିସି ଛଡାଇ ନେଇଛନ୍ତି ଭଗବାନ। ଆଜିଯାଏଁ ଲକ୍ଷ୍ମୀଙ୍କ ମା କେତେ ଦିଅଁ ଦେବତାଙ୍କ ନିକଟରେ ଗୁହାରି କରି ବିଫଳ ହୋଇଥିଲେ ମଧ୍ୟ। ଝିଅକୁ ଭଲ କରିବା ପାଇଁ ବହୁତ ଡାକ୍ତରଙ୍କୁ ଦେଖାଇ କିଛି ସମ୍ପତ୍ତି ବିକ୍ରି କରି ଦେଇଥିଲେ ମଧ୍ୟ ଝିଅକୁ ଭଲ କରିବାରେ ବିଫଳ ହୋଇଛନ୍ତି। ଏଭଳି ହୃଦୟ ବିଦାରକ ଦୃଶ୍ୟମାନ ଦେଖି ସାଧାରଣ ଲୋକମାନେ କଷ୍ଟ ଅନୁଭବ କରୁଥିବାବେଳେ ସରକାର, ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧିଙ୍କ କାର୍ଯ୍ୟ ଓ ପାରିବାପଣିଆ ଉପରେ ଜନସାଧାରଣଙ୍କ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରଙ୍କ ଯୋଜନାମାନ କିପରି ଲୋକଙ୍କ ପାଖେ ଠିକ ଭାବେ ପହଞ୍ଚିପାରିବ ସେଥିଲାଗି ‘ମୋ ସରକାର’ଭଳି ଯୋଜନା ଆଣି କର୍ମଚାରୀଙ୍କୁ ଆକ୍ଟିଭ୍ କରାଇବା ସହ ପିସି କାରବାର ବନ୍ଦ କରିବାକୁ ଚେଷ୍ଟିତ l ତଥାପି ପ୍ରାଥମିକ ସ୍ତରରେ ବଦଳୁନି ସ୍ଥିତି l ଏଥିରୁ ସିଧା ବାରିହୋଇ ପଡୁଛି ତେଲିଆ ମୁଣ୍ଡରେ ତେଲ। ସେଥିଲାଗି ଏଯାଏଁ ପିସି କାରବାର ବନ୍ଦ ହୋଇନି ବୋଧେ। ଏବେ ଦେଖିବାକୁ ବାକି ରହିଲା ନ୍ୟୁଜ୍ ପ୍ରସାରଣ ପରେ ସ୍ଥାନୀୟ ପ୍ରଶାସନ କିପ୍ରକାର ପଦକ୍ଷେପ ନେଉଛନ୍ତି ନାଁ ସୋଇପଡୁଛନ୍ତି। (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More