ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବ୍ଲକ୍ ସରସଦା ରାଜସ୍ଵ ନୀରିକ୍ଷକ କାର୍ଯ୍ୟାଳୟ ଅଧିନ ଖାରିଜି ପିରିପୁର ଠାରୁ ମାଟି ଚୋରି ହେଉଥିବା ତହସିଲଦାରଙ୍କ ନିକଟରେ ଅଭିଯୋଗ ହେଇଛି । ଗାଁ ମୁଣ୍ଡରେ ଥିବା ଏକ ଖେଳ ପଡିଆ ସଂଲଗ୍ନ ସ୍ଥାନରୁ କିଛି ମୁଷ୍ଟିମେୟ ବ୍ୟକ୍ତି ମେସିନ ସାହାଯ୍ୟରେ ମାଟି ଉତ୍ତୋଳନ କରି ବିକ୍ରୟ କରୁଥିବା ଜଣାପଡ଼ିଛି। ବର୍ତ୍ତମାନ ଲକଡ଼ାଉନ ସମୟରେ ମାଟି ଚୋର ମାନେ ଅତି ଚତୁରତାର ସହିତ ଖରାବେଳେ ଓ ରାତି ସମୟରେ ଏହି ମାଟି ଖୋଳି ବିକ୍ରୟ କରୁଥିବା ଜଣାପଡ଼ିଛି। ସରକାରୀ ସ୍ଥାନରୁ ଲଗାତର ଭାବେ ମାଟି ଉତ୍ତୋଳନ ହେଉଥିଲେ ସୁଦ୍ଧା କେହି ଏହାକୁ ରୋକୁ ନାହାଁନ୍ତି ପରିଶେଷରେ ଗ୍ରାମର କିଛି ସ୍ବେଛାସେବୀ ମାଟି ଚୋରି ସମ୍ପର୍କରେ ତହସିଲଦାରଙ୍କ ନିକଟରେ ଲିଖିତ ଭାବେ ଜଣାଇଥିବା ଜଣାପଡିଛି। ଏଭଳି ବେଆଇନ କାର୍ଯ୍ୟ ସମ୍ପର୍କରେ ରାଜସ୍ବ ଅଧିକାରୀଙ୍କ ମତାମତ ନେବାରୁ ସେ ସରସଦା ଆର ଆଇ ଙ୍କୁ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବାକୁ କହିଥିବା ପ୍ରକାଶ କରିଛନ୍ତି। ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।