ସରକାରୀ ଜମି ଜବରଦଖଲ ଉଚ୍ଛେଦ ଦାବିରେ ସାମ୍ବାଦିକ ସମ୍ମିଳନୀ

49

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ୱାର୍ଡ ନଂ-୧୬ ଚାରିଘରିଆ ଠାରେ ଥିବା ଗୋଷ୍ଠୀ ଉନ୍ନୟନ କେନ୍ଦ୍ରରେ ଆଜି ମୁଣ୍ଡାସାହି ବସ୍ତି ଉନ୍ନୟନ ସଙ୍ଗଠନ ପକ୍ଷରୁ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର ଅଭିଯୋଗ ଅନୁଯାୟୀ ଦେବିନଗର ଗ୍ରାମର ସରୋଜ ସୁବୁଧିରାୟ, ଓ ସୌମ୍ୟରଞ୍ଜନ ସୁବୁଧିରାୟ, ଗ୍ରାମ ପାଶ୍ୱରେ ଥିବା କିଛି ସରକାରୀ ଜାଗାକୁ ଜବରଦଖଲ ରଖିଥିବା ଅଭିଯୋଗ କରିଛନ୍ତି । ଗ୍ରାମବାସୀ ମାନେ ଉକ୍ତ ଜାଗାରେ ପିଲାମାନଙ୍କ ପାଇଁ ଖେଳ ପଡିଆ ଓ ଶିଶୁ ପାର୍କ କରିବା ପାଇଁ ଯୋଜନା ରଖିଥିବା କହିଛନ୍ତି । ଅପରପକ୍ଷରେ ଜବର ଦଖଲକାରୀ ସୌମ୍ୟରଞ୍ଜନ ସୁବୁଦ୍ଧି ରାୟ ଙ୍କ କହିବା କଥା ଅନୁସାରେ ଆଜି ରବିବାର କରୋନା ପାଇଁ ସପ୍ତାହନ୍ତ ସଟ ଡାଉନ ଥିବା ବେଳେ କିଛି ମୁଷ୍ଟିମେୟ ବ୍ୟକ୍ତି ନିରୀହ ଲୋକଙ୍କୁ ଏକାଠି କରି ସାମ୍ବାଦିକ ସମ୍ମିଳନୀ କରିବା କେତେ ଯୁକ୍ତିଯୁକ୍ତ । ଏପରି ଭୟାବହ ସମୟରେ ୧୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ରେ କରୋନା ବ୍ୟାପିଲେ କିଏ ଦାଇ ରହିବ ? ତାଛଡା ଉକ୍ତ ମୁଣ୍ଡାସାହି ପାଶ୍ୱରେ ଦିର୍ଘ ଚାଳିଶ ବର୍ଷରୁ ଉର୍ଦ୍ଦ ହେବ ତାଙ୍କ ବାପାଙ୍କ ଅମଳରୁ ଉକ୍ତ ଜାଗାରେ ଘର କରି ରଖିଛୁ । ଯେଉଁ ଜାଗାକୁ ଆମେ ଆଜି ପ୍ରଯ୍ୟନ୍ତ ବ୍ୟବହାର କରିଆସୁଛୁ । ତେବେ ତିନିଦିନ ତଳେ ପୂର୍ବତନ ସ୍ୱାଧୀନ କାଉନସିଲର ଅଜୟ ବେହେରା ରାତିରେ ଜେସିବି ଲଗାଇ ଆମର ଜାଗାରେ ଥିବା ଗଛ ଗୁଡିକୁ ଓପାଡିବା ସହ ପ୍ରାୟ ୫୦୦ରୁ ଉର୍ଦ୍ଦ ପଥରକୁ ଫୋପାଡିବା ସହ ଏଠାରେ ଥିବା କୁଅକୁ ମଧ୍ୟ ପୋତିଦେଇଛନ୍ତି । ବାପା ଖୋଳାଇଥିବା କୁଅରୁ ମୁଣ୍ଡାସାହି ସହିତ ଗ୍ରାମର ବହୁ ଲୋକ ପାଣି ନେଉଥିଲେ । ବର୍ତ୍ତମାନ ଗୀଷ୍ମ ପ୍ରବାହରେ ପାଣି ପାଇଁ ଲୋକ ହାହାକାର ହୋଉଥିବା ବେଳେ ଉକ୍ତ କୁଅଟିକୁ ମଧ୍ୟ ପୋତିଦେଇଛନ୍ତି ବୋଲି ପରୋକ୍ଷରେ ଅଭିଯୋଗ କରିଛନ୍ତି । ତାଛଡା ଏହି ଜାଗାକୁ ନେଇ ଅଜୟ ବେହେରା କିଛିଦିନ ପୂର୍ବରୁ ତାଙ୍କୁ ୨ଲକ୍ଷଟଙ୍କା ଦେବା ଦାବୀ କରିଥିଲେ । ସେଥିରେ ସେ ରାଜି ନହେବାରୁ ଗ୍ରାମ ଲୋକଙ୍କୁ ଲଗାଇ ଏପରି କରିଥିବା ପାଲଟା ଅଭିଯୋଗ କରିଛନ୍ତି ସୌମ୍ୟରଞ୍ଜନ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More