ସରକାରଙ୍କ ଖାମ ଖିଆଲ କାର୍ଯ୍ୟ ପାଇଁ ଭୋଟ ବର୍ଜ୍ଜନ କଲେ ଗ୍ରାମବାସୀ

33

Get real time updates directly on you device, subscribe now.

ରାଇରଙ୍ଗପୁର/ବିଜାତଳା(ସଂଘର୍ଷ ମିଡିଆ) : – କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମଞ୍ଚଳ ଅଧିବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଯୋଜନା କରି ତା’ର ସଠିକ ଉପଯୋଗ କରୁଥିବା ବେଳେ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ବାମନ ଘାଟି ଉପଖଣ୍ଡ ବିଜାତଳା ବ୍ଲକରେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଉପଖଣ୍ଡ ସହରାଞ୍ଚଳକୁ ଛାଡ଼ିଦେଲେ ଏବେବି କେତେକ ଗ୍ରାମ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛି। ସେଭଳି ଏକ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ଗାଁ ହେଉଛି ବିଜାତଳା ବ୍ଲକ ବଣକାଟି ପଂଚାୟତର କରକଚିଆ ଗ୍ରାମର ୭ଟି ସାହି । ପ୍ରାୟ ୪୫୦ ଜଣ ପରିବାର ବସବାସ କରୁଥିବା ବେଳେ ଉକ୍ତ ଗ୍ରାମର ଭୋଟର ସଂଖ୍ୟା ୧୧ ଶହ ପାଖାପାଖି।ଯାହାଙ୍କ ଆର୍ଥିକ ସ୍ଥିତି ଅତି ଦୟନୀୟ। ଗାଁର ସବୁ ସାହିର ନଳକୂଅ ଶୁଖିଯାଇ ଅଚଳ ହୋଇ ପଡ଼ି ରହିଛି ଲୋକେ ପୁରୁଣା ଭଙ୍ଗା ପଥର କୂଅର ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି।ଫଳରେ ବିଭିନ୍ନ ପେଟ ଜନିତ ରୋଗର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହେଉଛନ୍ତି lତିନି ଗୋଟି ସଲାର ସିଷ୍ଟମ ଥାଇ ମଧ୍ୟ ପିଇବା ପାଣି ପାଇଁ ଗ୍ରାମବାସୀ ବହୁତ ହଇରାଣ ହରକତ ହେଉଛନ୍ତି।ଏନେଇ ବହୁବାର ପ୍ରଶାସନ ଅଧିକାରୀ ବିଡ଼ିଓ, ଉପଜିଲ୍ଲାପାଳ, ଜିଲ୍ଲାପାଳ ତଥା ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଜନ ଶୁଣାଳୀରେ ମଧ୍ୟ ଅଭିଯୋଗ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ଜନପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୈାଣସି ପଦକ୍ଷେପ ନେଉ ନଥିବା ଯୋଗୁଁ ଗାଁରେ ପାନୀୟ ଜଳ ସମସ୍ୟାର ଅନ୍ତ ଘଟୁ ନାହିଁ। ତେଣୁ ଶୁକ୍ରବାର କରକଚିଆ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏକ ବୈଠକ କରିଥିବା ସହିତ ନିର୍ବାଚନ ପୂର୍ବରୁ ଏହି ମୌଳିକ ସୁବିଧା ପାଇଁ ପ୍ରଶାସନ ଯଦି କୌଣସି ପଦକ୍ଷେପ ନ ନେଲେ ଆଗାମୀ ଜୁନ ୧ ତାରିଖରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି  ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ।ତାହା ଆଜି ସତ୍ୟରେ ପରିଣତ ହେଲା।ଶନିବାର ଦିନ ଏହାର ଉଚିତ ଜବାବ ଦେଇଥିଲେ ଗ୍ରାମ ବାସୀ । ସାଧାରଣ ନିର୍ବାଚନରେ ନିଜ ମତସାବ୍ୟସ୍ତ ନକରି ଗ୍ରାମବାସୀ ସମ୍ପୁର୍ଣ୍ଣ ରୂପେ ଭୋଟ ବର୍ଜ୍ଜନ କରିଥିଲେ।ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More