ସମ୍ବଲପୁର(ସଂଘର୍ଷ ମିଡିଆ) : ସମ୍ବଲପୁର ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଜାତୀୟ ଆଇନ ସେବା ଦିବସ ଶନିବାର ପାଳିତ ହୋଇଯାଇଛି। ଏହି ଅବସରରେ ପଦଯାତ୍ରା ସହିତ ଆଇନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଜିଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା ପ୍ରଜ୍ଞା ପାଣିଗ୍ରାହୀ ସବୁଜ ପତାକା ଦେଖାଇ ପଦଯାତ୍ରା ରାଲିକୁ ଉଦଘାଟନ କରିଥିଲେ। ପଦଯାତ୍ରା ପରେ ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟରେ ଆଇନ ସଚେତନତା ଶିବିର ଆୟୋଜିତ ହୋଇଥିଲା।