ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ସମାଜ କଲ୍ୟାଣ ବିଭାଗ ସମସ୍ୟା ଘେରରେ ଥିବାର ଦେଖିବାକୁ ମିଳିଛି।ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଅଛି। ତାହା କେତେ ସଫଳ ହୋଇ ପାରିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।ଶିଶୁ ବିକାଶ ଯୋଜନା ଲକ୍ଷ୍ୟ ଠାରୁ ବହୁ ଦୂରରେ।ଜିଲ୍ଲାରେ ସାତୋଟି ବ୍ଳକରେ ଶିଶୁ ବିକାଶ ଯୋଜନା ଚାଲିଛି।ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ସହ ଶିକ୍ଷାର ବିକାଶ ପାଇଁ ସମସ୍ତ ଗ୍ରାମରେ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ କରାଯାଇଛି। ସେହି ସବୁ କେନ୍ଦ୍ର ରେ ଅଙ୍ଗନବାଡ଼ି କର୍ମୀ ନିର୍ଯୁକ୍ତି ହୋଇଛନ୍ତି।ଅଙ୍ଗନବାଡ଼ି କର୍ମୀ ସରକାରଙ୍କ ସବୁ ଯୋଜନା କାର୍ଯ୍ୟକାରୀ କରିଥାନ୍ତି।ହେଲେ ବର୍ତ୍ତମାନ ସୁଦ୍ଧା ଅନେକ ଗ୍ରାମ ରହିଛି ଯେଉଁଠି ଅଙ୍ଗନବାଡ଼ି କର୍ମୀ ଥିଲେ ମଧ୍ୟ ନିଜସ୍ୱ ଅଙ୍ଗନବାଡ଼ି ଗୃହ ନଥିବା ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଯାହା ଫଳରେ ଶିଶୁ ଙ୍କୁ ଶିକ୍ଷା ଦେବାରେ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି।ଜିଲ୍ଲାରେ କେତେ ଜାଗାରେ ଅଙ୍ଗନବାଡ଼ି କେନ୍ଦ୍ର ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି ତ କେଉଁଠି ଅଙ୍ଗନବାଡ଼ି କେନ୍ଦ୍ର ଟିଏ ମଧ୍ୟ ନିର୍ମାଣ ହୋଇ ପାରି ନାହିଁ।ଦୀର୍ଘ ଦିନ ହେଲା ଏହି ସମସ୍ୟା ଲାଗି ରହିଥିଲେ ସୁଦ୍ଧା ଏଥି ପ୍ରତି ଜିଲ୍ଲା ପ୍ରଶାସନ ନା ବ୍ଳକ ପ୍ରଶାସନ ସମସ୍ୟା ର ସମାଧାନ ହୋଇ ପାରୁ ନଥିବାର ଦେଖିବାକୁ ମିଳିଛି।ବିଭାଗ କେବଳ ଜିଲ୍ଲା ପ୍ରଶାସନ ଓ ବ୍ଳକ ପ୍ରଶାସନ କୁ ଦେଖାଇ ହାତ ଟେକିଦେଇଛି। ବିଭାଗରେ କର୍ମଚାରୀଙ୍କ ବଦଳି ହେଉ ନ ଥିବାର ଅଭିଯୋଗ ହେଉଛି।ତିନି ବର୍ଷ ପରେ କର୍ମଚାରୀ ବଦଳୀ ହେବା କଥା କିନ୍ତୁ କର୍ମଚାରୀ ମାନେ ଦୀର୍ଘ ବର୍ଷ ହେଲା ବଦଳି ହଉ ନଥିବା ଅଭିଯୋଗ ହଉଛି ତେଣୁ ଏଥି ପ୍ରତି ନୁତନ ସରକାର ଓ ଲୋକଙ୍କର ସରକାର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଓ ଛନ୍ତି କିପରି ଏହି ସମସ୍ୟ ସମାଧାନ ହେବ ସରକାର ତୁରନ୍ତ ପଦକ୍ଷେପ ନେଲେ ଜିଲ୍ଲା ବାସୀ ଉପକୃତ ହେବେ ବୋଲି ଆଶା କରାଯାଉଛି ।