ଭୁବନ (ସଂଘର୍ଷ ମିଡିଆ ) : କରୋନା କଷଣ ଠୁଁ ବଳିଯାଇଛି ଗାଁ ରାସ୍ତାର କାଦୁଅ । ସଟ ଡାଉନରେ କାମ ଧନ୍ଧା ବନ୍ଦ ହେଲେ ଗାଁର ଯୁବକ ଏକାଠି ହୋଇ ବର୍ଷା ଋତୁ ପୂର୍ବରୁ ସଫା କଲେ ଗାଁ ଦାଣ୍ଡ ତିଆରିକଲେ ଡ୍ରେନ । ଘଟଣା ଟି ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଳକ ସୁରପ୍ରତାପପୁର ଗ୍ରାମ ପଂଚାୟତର କଣ୍ଟାସାହି ଠାରେ । ଗ୍ରାମରେ ପାଣି ନାଳ ନାହିଁ, ବାରବାର କହିଲେ ବି ପଂଚାୟତ ଡେନଟିଏ କରିଲେ ନାହି । ଗ୍ରାମବାସି ଅଭିଯୋଗକଲେ ବି କେହି ଶୁଣୁନାହାନ୍ତି । ସରକାର କଣ କେବଳ ବ୍ୟାନର ପୋଷ୍ଟର ରେ ସ୍ୱଚ୍ଛ ଭାରତ ଅଭିଯାନ ଚଳାଇଛନ୍ତି । ନିଜ କାମ ତ ନିଜେ କରିବୁ କାହିଁ କାହାକୁ ନେହୁରା ହେବୁ । ହେଲେ ସରକାରଙ୍କ ଟଙ୍କା ସବୁ କାହାପାଇଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ ।