କେନ୍ଦ୍ରାପଡା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ସଂସାରଫଳ ପଞ୍ଚାୟତ ପଟ୍ଟାମୁଣ୍ଡାଇ ରାଜନଗର ମୁଖ୍ୟ ରାସ୍ତା କଡ଼ରେ ଝାଟିମାଟି କୁଡ଼ିଆରେ ଜୀବନ ବିତାଉଥିବା ୮୧ ବର୍ଷିୟ ବୃଦ୍ଧ ଦମ୍ପତି ଓ ତାଙ୍କ ୭୮ ବର୍ଷିୟା ଧର୍ମପତ୍ନୀ ବାସନ୍ତୀ ଦାସଙ୍କ ଜୀବନି ସମ୍ପର୍କରେ ଗତ ୮.୪.୨୦୨୧ ରିଖ ସଂଘର୍ଷ ନ୍ୟୁଜ୍ ଚ୍ୟାନେଲରେ ପ୍ରସାରଣ କରାଯାଇଥିଲା। ସେହି ନ୍ୟୁଜ୍ ଦେଖି ଓଡ଼ିଶା ସାଇନ୍ ଫାଉଣ୍ଡେସନ ତରଫରୁ ଆଜି ତା ୧୦.୪.୨୦୨୧ ରିଖ ଶନିବାର ସନ୍ଧ୍ୟା ପାଞ୍ଚଟା ସମୟରେ ସଂସାରଫଳ ଗ୍ରାମର ବୃଦ୍ଧଦମ୍ପତି ଜଳଧର ଦାସଙ୍କ ସେହି ଝାଟିମାଟି କୁଡ଼ିଆରେ ପହଁଚି ଓଡ଼ିଶା ସାଇନ୍ ଫାଉଣ୍ଡେସନ ତରଫରୁ ଅଟା,ଚାଉଳ,ଚିନି, ଠାରୁ ଆରମ୍ଭ କରି ତେଲ ଓ ସାବୁନ୍ ପଯ୍ୟନ୍ତ ଦେଇଥିଲେ। ଏଭଳି ଦୟାଳୁ ବ୍ୟକ୍ତିମାନେ ଦୁନିଆଁରେ ଅଛନ୍ତି ନିଜ ପରିଶ୍ରମ କରି ଅର୍ଥ ରୋଜଗାର କରୁଥିବା ଜୁବକ ଓ ଜୁବତୀମାନେ ନ୍ୟୁଜ୍ ଦେଖି କାହିଁ କାହିଁ ଦୂରରୁ ଛୁଟି ଆସନ୍ତି ଗରିବ ଲୋକ ବା ଅସୁବିଧାରେ ପଡ଼ିଥିବା ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ। କିନ୍ତୁ ଏ ସମାଜରେ ସ୍ଥାନୀୟ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ପଡିଛନ୍ତି। କାହିଁକି ନା ସରକାରୀ ଅଫିସର ମାନେ ପୁଳାପୁଳା ଟଙ୍କା ପାଉଛନ୍ତି ସରକାରଙ୍କ ଠାରୁ। କିଏ ଅସୁବିଧା ରେ ରହିଲେ ସେମାନଙ୍କର କିଛି ଅସୁବିଧା ନାହିଁ। ବହୁତ ଅଫିସର ମାନେ ନ୍ୟୁଜ୍ ପ୍ରସାରଣ ପରେ ନ୍ୟୁଜ୍ କୁ ଖାତିରି କରନ୍ତି ନାହିଁ। କାରଣ ସରକାର ମୋଟା ଅଙ୍କର ଦରମା ଦେଉଛନ୍ତି ସରକାରଙ୍କ କାମ କରିବା ପାଇଁ। କିଏ ଅସୁବିଧା ରେ ମଲେ ସେମାନଙ୍କର କଣ ଜାଏ ଆସେ। ସରକାରଙ୍କ ପାଖରୁ ଦରମା ନେଉଛନ୍ତି ଲୋକମାନଙ୍କର କାମପଡିଲେ ଅଫିସିକୁ ଲୋକମାନେ ଆସିଲେ ସେମାନଙ୍କ ତଣ୍ଟିଚିପି ଅଲଗା ପଇସା ମଧ୍ୟ ନେଉଛନ୍ତି। ଏଭଳି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ଥିବା ସରକାରୀ ଅଫିସର ଠାରୁ ଆରମ୍ଭ କରି କର୍ମଚାରୀ ପଯ୍ୟନ୍ତ ସମସ୍ତେ ସକାଳୁ ଉଠି ସରକାରଙ୍କ ସ୍ତୁତି ପାଠକରି ଅଫିସିକୁ ଆସନ୍ତି। ବାଃ ବାଃ ରେ ସ୍ଥାନୀୟ ପ୍ରଶାସନ ଆପଣ ମାନଙ୍କୁ କୋଟିକୋଟି ନମସ୍କାର।