ରାଉରକେଲା ( ସଂଘର୍ଷ ମିଡିଆ ) : NJCSର ସଦସ୍ୟ ଶ୍ରମିକ ସଂଗଠନ ମାନଙ୍କ ଭିତରେ ଦରମା ବୃଦ୍ଧିକୁ ନେଇ ତାଳମେଳ ରହୁନଥିବାରୁ ଇସ୍ପାତ ଶ୍ରମିକଙ୍କର ମଜୁରୀ ଚୁକ୍ତିନାମା ବିଳମ୍ବିତ ହେଉଛି l SAIL ପରିଚାଳନାଧୀନ ଇସ୍ପାତ ଶ୍ରମିକମାନଙ୍କର ନୂତନ ଦରମା ଚୁକ୍ତିନାମା ୦ ୧.୦୧ ୨୦୧୭ ରୁ ଲାଗୁହେବା କଥା ମାତ୍ର ଏପର୍ଯ୍ୟନ୍ତ ତାହା ହୋଇ ପାରିନାହିଁ । ଇତି ମଧ୍ୟରେ ବହୁତ ଥର NJCS ବୈଠକ ହୋଇସାରିଲାଣି ମାତ୍ର କୌଣସି ସହମତି ହୋଇପାରୁନାହିଁ ,ଯଦି ୫ ବର୍ଷିଆ ଚୁକ୍ତିନାମା ହୁଏ ତେବେ କେଉଁଠାରୁ ତାହା ଲାଗୁହେବ ଏବଂ ଯଦି ୧୦ ବର୍ଷିଆ ଚୁକ୍ତିନାମା ହୁଏ ତେବେ କେଉଁଠାରୁ ତାହା ଲାଗୁହେବ, ତଥା କେତେ ପ୍ରତିଶତ ହେଲେ ଶ୍ରମିକମାନଙ୍କ ପ୍ରତି ଅନ୍ୟାୟ ହେବ ନାହିଁ – ସେସମ୍ପର୍କରେ ସ୍ପଷ୍ଟ ବିଚାର ର ଉଚିତ । ଏତଦ ବ୍ୟତୀତ ଅତୀତରେ ଡିପ୍ଲୋମା ଏବଂ ITI ଯୋଗ୍ୟତା ଥାଇ କର୍ମଚାରୀଙ୍କର ଗ୍ରେଡ଼ିକୁ କମାଇ s6 ରୁ s3 ଏବଂ S3 ରୁ s1 କୁ କର୍ତ୍ତୁପକ୍ଷ ଲାଗୁକରି ଯେଉଁ ନିନ୍ଦନୀୟ କାର୍ଯ୍ୟ କରିଛନ୍ତି ତାହାର ପୁନର୍ବିଚାର କରି ପୁନଶ୍ଚ ଡିପ୍ଲୋମା ଏବଂ ITI ଯୋଗ୍ୟତା କର୍ମଚାରୀଙ୍କୁ s6 ଓ s3 ଗ୍ରେଡ଼ ଦିଆଯିବା ଉଚିତ । ସେହିଭଳି ସହାନୁଭୁତିମୂଳକ ଚାକିରୀ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରି,ଚାକିରୀ ସମୟ ଭିତରେ କର୍ମଚାରୀର କୌଣସି କାରଣରୁ ମୃତ୍ୟୁ ଘଟିଲେ ତାଙ୍କ ପରିବାରର ଜଣକୁ ଚାକିରୀ ଦେବାର ଏକକ ବ୍ୟବସ୍ଥା ହେବା ଉଚିତ । କରୋନା କାଳରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କ ପରିବାରରୁ ଜଣେ ନିର୍ଭରଶୀଳ ବ୍ୟକ୍ତିଙ୍କୁ ଚାକିରୀ ଦେବାର ସ୍ବତନ୍ତ୍ର ବିଚାର ହେବା ଉଚିତ । ଏ ସମ୍ପର୍କରେ NJCSର ବୈଠକ କରି ଯଥା ଶୀଘ୍ର ଯଦି କତୃପକ୍ଷ ସମାଧାନ ନକରନ୍ତି , ତେବେ ସମଗ୍ର ଇସ୍ପାତ ଶିଳ୍ପରେ ଧର୍ମଘଟ ସୁନିଶ୍ଚିତ। ଆଜି ସେଠାରେ ସାଧାରଣ ସମ୍ପାଦକ ବୈଦ୍ୟନାଥ ଦାସ, ଅନ୍ୟମାନଙ୍କ ମଧ୍ୟରେ କର୍ମକର୍ତ୍ତା ଶ୍ରୀ ସନ୍ତୋଷ ନାୟକ,ଉପସଭାପତି ସିବେନ୍ଦ୍ର ଦାସ, ଉପସାଧାରଣସମ୍ପାଦକ ହେମନ୍ତ ବେଉରା , କୋଷାଧକ୍ଷ ସନ୍ତୋଷ ସୋରେନ, ସମ୍ପାଦକ ସ୍ମୃତି ଚୌଧୁରୀ , ପ୍ରଶାନ୍ତ ଦାସ , ପ୍ରିୟଙ୍କା ସାହୁ, ଲିପି ଘୋଷ, ଲିଜା ମହାରଣା, ଈଶ୍ବର ଭଞ୍ଜ, ସୁକାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ରାଉରକେଲାରୁ କ୍ୟମେରମ୍ୟାନ ମୃଟୁଞ୍ଜୟଙ୍କ ସହ ଅମ୍ରିତା ପ୍ରିୟଦର୍ଶିନୀଙ୍କ ରିପୋର୍ଟ୍ ସଂଘର୍ଷ ନିଉଜ।