ଶ୍ରୀ ଶ୍ରୀ ମହାପୁରୁଷ ଅଚ୍ୟୁତାନନ୍ଦ ଦେବଙ୍କ ପୀଠରେ ବିଶ୍ଵ ଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି

19

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଜାମ୍ବଗୁଡା ଓଂ ଶ୍ରୀ ଶ୍ରୀ ମହାପୁରୁଷ ଅଚ୍ୟୁତନନ୍ଦ ଦେବଙ୍କ ପିଠରେ ବିଶ୍ଵ ଶାନ୍ତି ମହା ଯଜ୍ଞ ନିମନ୍ତେ ଶେଷ ଦିନର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି lଏହି ଅବସରରେ ଆଖ ପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଭକ୍ତବୃନ୍ଦ ଉପସ୍ଥିତ ହୋଇ ପୂର୍ଣ୍ଣାହୁତି ଦିବସ ପାଳନ କରିଥିଲେ l ଉକ୍ତ ଦିବସରେ ନେମାଳରୁ ଆଗତ ମନ୍ଦିର ପରିସରରେ ପରିବେଷଣ ହେଉଥିବା କୀର୍ତ୍ତନ ଦଳର ମୁଖ୍ୟ ନାରାୟଣ ଓଝା ଓ କାଳନ୍ଦି ଚରଣ ସ୍ଵାଇଁ, ରାମ ଚନ୍ଦ୍ର ବେହେରା, ହିମାଂଶୁ ମହାପାତ୍ର, ଫକିର ଚରଣ ରାଉତ, ଗୌରାଙ୍ଗ ଚରଣ ସାହୁ, କରୁଣାକର ଦାସ, ଗୌରାଙ୍ଗ ଚରଣ ମହାନ୍ତି, ଓମ ପ୍ରକାଶ ନାୟକ ପ୍ରମୂଖ ଙ୍କ ଦ୍ଵାରା ଭଜନ କୀର୍ତ୍ତନ ବେଶ୍ ସରସ ସୁନ୍ଦର ହୋଇ ଉଠିଥିଲା l ଯଜ୍ଞ ମଣ୍ଡପରେ କର୍ତ୍ତା ରବି କୁମାର ଅଗ୍ରୱାଲ ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସରିତା ଅଗ୍ରୱାଲଙ୍କ ସହ ନେମାଳ ରୁ ଆଗତ ମୁଖ୍ୟ ପଣ୍ଡିତ ଗୁରୁ ପ୍ରସାଦ ଦାଶ, କାର୍ଯ୍ୟ ନିର୍ବାହୀ ରଘୁନାଥ ଶତପଥୀ, ଜୟନ୍ତ କୁମାର ନନ୍ଦ, ପ୍ରଫୁଲ୍ଲ କୁମାର ଶତପଥୀ ଓ ରାକେଶ କୁମାର ଦାଶଙ୍କ ସହଯୋଗରେ ଯଜ୍ଞ ମଣ୍ଡପ କାର୍ଯ୍ୟ ବାବା ସଦଗୁରୁଦେବ ଅରକ୍ଷିତ ଓଝାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଉକ୍ତ ସମସ୍ତ କାର୍ଯ୍ୟକ୍ରମ ବେଶ୍ ସୁନ୍ଦର ଭାବେ ସମ୍ପାଦନ ହୋଇଥିଲା l ପଣ୍ଡିତ ମାନଙ୍କ ଦ୍ଵାରା ଯଜ୍ଞ ମଣ୍ଡପର କାର୍ଯ୍ୟ ବେଦଧ୍ୱନି ପରିବେଶ କୁ ସରସ ସୁନ୍ଦର, ଭକ୍ତି ପରିବେଶ ସୃଷ୍ଟି କରି ଭକ୍ତ ମାନଙ୍କୁ ଆକର୍ଷିତ କରୁଥିଲା l ପୂର୍ଣ୍ଣାହୁତିରେ କର୍ତ୍ତା ଙ୍କ ସହ ବାବା ସଦଗୁରୁ ଦେବ ଶ୍ରୀ ଅରକ୍ଷିତ ଓଝା ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହୋଇଥିବା ବେଳେ ପୂର୍ଣ୍ଣାହୁତି ରେ ବାବାଙ୍କର ଶେଷ ପର୍ଯ୍ୟନ୍ତ ରହି ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପାଦନ କରିଥିଲେ lଉକ୍ତ କାର୍ଯ୍ୟକ୍ରମରେ ପ୍ରଭୁ ଅଚ୍ୟୁତନନ୍ଦଙ୍କ ଭକ୍ତ ବୃନ୍ଦ ସହଯୋଗ କରି ଶାନ୍ତି ଶୃଙ୍ଖଳାରେ କାର୍ଯ୍ୟକ୍ରମକୁ ଆଗେଇ ନେଇଛନ୍ତି l ମନ୍ଦିର ପୂଜକ ଅମିତାଭ ପଣ୍ଡା, କମିଟି କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସର୍ବଶ୍ରୀ ରାଧାଶ୍ୟାମ ଅଗ୍ରୱାଲ, ନିରଞ୍ଜନ ଦାସ, ଭାଗବାନ ବେହେରା, ହରିଶ୍ଚନ୍ଦ୍ର ଜେନା, ରାଜେଶ ଅଗ୍ରୱାଲ, ସୂରଜ ଭୋଇ, ଅଭିମନ୍ୟୁ ନାୟକ, ରବି ଅଗ୍ରୱାଲ,ବିଲୁ ଅଗ୍ରୱାଲ, ଚମ୍ପା ଅଗ୍ରୱାଲ, ରାକେଶ ଦାସ, ତ୍ରିନାଥ ଲେଙ୍କା, ଭ୍ରମରବର ମହାରଣା, ଡୋଳାମଣି ସାହୁ, ହେମନ୍ତ କୁମାର ମିଶ୍ର, ସନ୍ତୋଷ ଦାସ,ପିଣ୍ଟୁ ମିଶ୍ର,ରମାକାନ୍ତ ସ୍ଵାଇଁ, ବିଜୟ ମେହେଟା ଓ ରବି ନାରାୟଣ ମହାନ୍ତି,ବସନ୍ତ ସ୍ଵାଇଁ, ବସନ୍ତ ମହାନ୍ତି ପ୍ରମୂଖ ସହଯୋଗ କରି ଚାଲିଛନ୍ତି l ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ମନ୍ଦିର କମିଟି ଦ୍ଵାରା ସମ୍ପାଦନ କରା ଯାଇଥିବା ବେଳେ ନାମ ଯଜ୍ଞ ର ପୂର୍ଣ୍ଣାହୁତି ତା ୩୦|୫|୨୪ ରାତ୍ର ୯ ଘଣ୍ଟା ୩୦ ମିନିଟରେ ସମାପନ ହୋଇ ଥିଲା l ବିଶେଷ ଆକର୍ଷଣ ଭଣ୍ଡିଆ ଗ୍ରାମର ଛୋଟ ଛୋଟ ଝିଅଙ୍କ ଦ୍ଵାରା ସଙ୍କୀର୍ତ୍ତନ ଦଳଙ୍କ ସଙ୍କୀର୍ତ୍ତନ ରେ ନାଚ ଭକ୍ତମାନଙ୍କୁ ବେଶ୍ ଆକର୍ଷଣ କରୁଥିଲା lଉକ୍ତ ସ୍ଥାନକୁ ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ପାପଡାହାଣ୍ଡି ବ୍ଳକ ଉପାଧ୍ଯକ୍ଷ ସୁଶାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ଏଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ lନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More