ଶ୍ରୀ ଶ୍ରୀ ବଟମହାବୀରଙ୍କ ପୀଠରେ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ

57

Get real time updates directly on you device, subscribe now.

କଣାସ ( ସଂଘର୍ଷ ମିଡିଆ ) : ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହେଉଛନ୍ତି ମହାବୀର ହନୁମାନ। କଳିଯୁଗରେ ମଧ୍ୟ ପବନ ସୁତ ପୃଥିବୀରେ ବିରାଜମାନ । ହନୁମାନଙ୍କ ଆରାଧନା କଲେ ସବୁ ପ୍ରକାର ଭୟ ଦୂର ହୋଇଥାଏ। ହନୁମାନଙ୍କୁ ପୂଜା କଲେ ଆତ୍ମବିଶ୍ୱାସ ବୃଦ୍ଧି ପାଏ।  ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ ଅଡାଲ-ବଡାଲ ଗ୍ରାମରେ  ଶ୍ରୀ ଶ୍ରୀ ବଟମହାବୀରଙ୍କ ମନ୍ଦିରର ବାର୍ଷିକ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମନ୍ଦିର ପରିସରରେ ସଂପୁର୍ଣ୍ଣ ରାମଚରିତ ମାନସ ପାରାୟଣ,ଘୃତ ଯଜ୍ଞ, ୧୦୮ ହନୁମାନ ଚାଳିସା, ନୂତନ ପାକଶାଳା ପ୍ରତିଷ୍ଠା ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଡାଲ-ବଡାଲ ଗ୍ରାମର ଭକ୍ତ ମାନଙ୍କର  ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଦୁର୍ଜ୍ୟୋଧନ ମହାରଣା ଓ ତାଙ୍କ ସହଧର୍ମିଣୀ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ । ଅଡାଲ-ବଡାଲ ଗ୍ରାମର ପୁରୋହିତ ମାନଙ୍କର ପୌରହିତ୍ୟରେ ସମସ୍ତ ପୂଜା ଓ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଆଖ ପାଖ ଅଂଚଳର ବହୁ ଭକ୍ତ ମାନେ ଉତ୍ସବରେ ଯୋଗ ଦେଇ ମହାବୀରଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ । ପୁରୀରୁ ଶଙ୍କର ସରକାର ଓ କଣାସରୁ ରଜନୀକାନ୍ତ ସାମନ୍ତରାୟଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More