ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀ ମନ୍ଦିର ହୁଣ୍ଡିରୁ ମିଳିଲା ଏକ କେଜିରୁ ଅଧିକ ସୁନା। କେହି ଜଣେ ଭକ୍ତ ଶ୍ରୀ ମନ୍ଦିର ହୁଣ୍ଡିରେ ଏକ କେଜି ଆଠ ଶହ ମିଲିଗ୍ରାମ ସୁନା ଦାନ କରିଛନ୍ତି। ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୁଚନା ମିଳିଛି। ତେବେ ପ୍ରଥମ ଥର ପାଈଁ ଶ୍ରୀ ମନ୍ଦିର ହୁଣ୍ଡିରୁ ଏକ କେଜିରୁ ଅଧିକ ସୁନା ଦାନ ସୂତ୍ରରେ ମିଳିଥିବା କୁହାଯାଉଛି। ଯାହାକି ବେଶ୍ ଚର୍ଚ୍ଚାର ବିଷୟ ହୋଇଚି। ତେବେ ଶ୍ରୀ ମନ୍ଦିର ରେ ଆଜି ଭକ୍ତ ଙ୍କ ପ୍ରବଳ ଭିଡ ହୋଇଥିଲା। କେହି ଭକ୍ତ ଏହା ଦାନ କରିଥିବା ଜଣାପଡିଛି। ସେହିପରି ଆଜି 6 ଲକ୍ଷ 28 ହଜାର 2ଶହ 37 ଟଙ୍କା ନଗଦ ଅର୍ଥ ଦାନ ସୂତ୍ରରେ ଭକ୍ତ ମାନେ ଦେଇଛନ୍ତି। ମହାପ୍ରଭୁଙ୍କ ଆଭୂଷଣ ନିର୍ମାଣ ପାଈଁ ଗତ କିଛି ମାସ ତଳେ ଜଣେ ଦାତା ସୁନା ଦାନ କରିଥିଲେ। ସେହିପରି ଜଣେ ଭକ୍ତ ସୁବର୍ଣ୍ଣ ଅଳଙ୍କାର ମଧ୍ୟ ଦାନ କରିଥିବା ନଜିର ରହିଚି। ତେବେ ମହାପ୍ରଭୁ ଙ୍କ ପାଈଁ ଦାନ ସଂଗ୍ରହ କେନ୍ଦ୍ର ଶ୍ରୀ ମନ୍ଦିର ପ୍ରଶାସନ ର ରହିଚି। ତେବେ ଏହାର ବ୍ୟାପକ ପ୍ରଚାର୍ ପ୍ରଶାର କରାଗଲେ ଆହୁରି ମହାପ୍ରଭୁଙ୍କ ପାଈଁ ଭକ୍ତ ମାନେ ଦାନ କରିବା ପାଈଁ ଆଗେଇ ଆସିବେ ବୋଲି ସେବାୟତ କହିଛନ୍ତି।