ଶ୍ରୀ ମନ୍ଦିର ସିଂହଦ୍ଵାର ସମ୍ମୁଖରେ ବଡ ବଡ଼ିଆ ଡକା ଓ ପୟଶ୍ରାଦ୍ଧ ପାଇଁ ପୁରୀ ପ୍ରଶାସନ ତରଫରୁ ସ୍ଵାତନ୍ତ୍ର ବ୍ୟବସ୍ଥା

19

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଦୀପାବଳି ଓ ପୟାଶ୍ରାଦ୍ଧ ପାଇଁ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତଙ୍କ ଆଗମନ ହେବ । ଆସନ୍ତା ଏକ ତାରିଖରେ ଶୁକ୍ରବାର ଶ୍ରୀ ମନ୍ଦିର ସିଂହଦ୍ଵାର ସମ୍ମୁଖରେ ବଡ ବଡ଼ିଆ ଡାକିବେ ଶ୍ରଦ୍ଧାଳୁ। ଏଥି ସହିତ ନିଜ ପିତୃ ପୁରୁଷଙ୍କୁ ପୟାଶ୍ରାଦ୍ଧ ଦେବେ। ତେବେ ହଜାର ହଜାର ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖାଯାଇ ସ୍ଵାତନ୍ତ୍ର ବ୍ୟବସ୍ଥା ପୁରୀ ପୋଲିସ୍ ଓ ପ୍ରଶାସନ ପକ୍ଷରୁ କରାଯାଇଛି। ତେବେ ଏ ନେଇସୁରକ୍ଷା ବ୍ୟବସ୍ଥା ଯଞ୍ଚ କରିଛନ୍ତି କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂହମୀନା। ପୁରୀ ଏସପି ବିନୀତ ଅଗ୍ରୱାଲ୍‌ଙ୍କ ସହ ଡିଆଇଜି ଶ୍ରୀ ମୀନାଶ୍ରୀମନ୍ଦିର ଭିତର ଏବଂ ଚାରିପାର୍ଶ୍ବ ବୁଲି ସମସ୍ତ ବ୍ୟବସ୍ଥା ସମ୍ପର୍କରେଅବଗତ ହୋଇଛନ୍ତି। ସଧାରଣ ଦିବସରେ ଭାବେ କେତେ ଶ୍ରଦ୍ଧାଳୁଶ୍ରୀମନ୍ଦିର ଆସୁଛନ୍ତି, ସିଂହଦ୍ଵାର ଓ ପଶ୍ଚିମଦ୍ବାର ଦେଇ କେଉଁଭଳିଶ୍ରୀମନ୍ଦିର ଭିତରକୁ ଶ୍ରଦ୍ଧାଳୁମାନେ ପ୍ରବେଶ କରୁଛନ୍ତି, ପ୍ରବେଶ ଓପ୍ରସ୍ଥାନ କରିବା କିମ୍ବା ଦର୍ଶନ ସମୟରେ କୌଣସି ସମସ୍ୟା ହେଉଛିକି ନାହିଁ ଏସବୁର ସ୍ଥିତି ଅନୁଧ୍ୟାନ କରିଥିଲେ ଡିଆଇଜି ଶ୍ରୀ ମୀନା।ଦୀପାବଳି ଓ ପୟାଶ୍ରାଦ୍ଧ ପାଇଁ ଶ୍ରୀମନ୍ଦିରରେ ହଜାର ହଜାର ସଂଖ୍ୟାରେଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ତେଣୁ ପୁଲିସ ସୁରକ୍ଷା ବ୍ୟବସ୍ଥା କିଭଳିରହିବ ସେଥିନେଇ ଏସ୍‌ପିଙ୍କ ସହ ସେ ଆଲୋଚନା କରିଥିଲେ।ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଅନେକ ଦିଗ ପ୍ରତି ଡିଆଇଜିଅନୁଧ୍ୟାନ କରି ଫେରିଥିଲେ । ଡିଆଇଜି ଶ୍ରୀ ମାନଙ୍କ ସୁରକ୍ଷା ବ୍ୟବସ୍ଥା ଯଞ୍ଚ ସମୟରେ ଏସ୍‌ପିଶ୍ରୀ ଅଗ୍ରୱାଲ୍‌ଙ୍କ ସହ ମନ୍ଦିର ସୁରକ୍ଷା ଦାୟିତ୍ଵରେ ଥିବା ଅନ୍ୟ ବରିଷ୍ଠ ପୁଲିସ ଅଧିକାରି ଉପସ୍ଥିତ ଥିଲେ। ପୁରୀ ଏସପି ବିନୀତ ଅଗ୍ରୱାଲ କହିଚନ୍ତି, ଆଗାମୀ ଦୀପାବଳୀ ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହେଇଚି। ଶ୍ରୀ ମନ୍ଦିର ସିଂହଦ୍ଵାର ନିକଟରେ ବଡ ବଡୁଆ ଡାକିବା ପରମ୍ପରା ପାଇଁ କାଉଁରିଆ କାଠି ଜାଳିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଚି। ଏହାକୁ ଶୃଙ୍ଖଳିତ କରିବା ପାଇଁ 6 ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯିବ। ସେହିପରି ଦୀପାବଳୀ, ପୟାଶ୍ରାଧ ଅବସର ରେ ମହାପ୍ରଭୁ ଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟି ରେ ରଖାଯାଇ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମଧ୍ୟ ବ୍ୟାପକ ବ୍ୟବସ୍ଥା ହୋଇଚି। ଏମାର ମଠ ଉଚ୍ଛେଦ ପରେ ଯେଉଁ ଖାଲି ସ୍ଥାନ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ରେ ରହିଚି ସେଠାରେ ପୟା ଶ୍ରାଦ୍ଧ କରିବା ପାଇଁ ଓ କାଉଁରିଆ କାଠି ଜାଳିବା ପାଇଁ ବ୍ୟବସ୍ଥା ହୋଇଚି। ଅଗ୍ନୀ ନିରାପତ୍ତା ପାଇଁ ଅଗ୍ନିଶମ ବାହିନୀକୁ ମୁତୟନ କରାଯିବ। ତେବେ କେବଳ ଲାଇସେନ୍ସ ନେଇଥିବା ଦୋକାନୀ ଙ୍କୁ ବାଣ ବିକ୍ରୀ ପାଇଁ ଅନୁମତି ଦିଆଯିବ। ପୁରୀ ସହର ପାଇଁ ତାଳ ବଣିଆ ପଡିଆ ରେ ବାଣ ବିକ୍ରୀ ପାଇଁ ଦୋକାନୀଙ୍କୁ ଅନୁମତି ଦିଆଯାଇଛି। ସେଠାରେ ସୁରକ୍ଷା ପାଇଁ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ମୁତୟନ ବ୍ୟବସ୍ଥା କରାଯାଇଛି। ତେବେ ଆମେ ଅନୁରୋଧ କରୁଛୁ ଲୋକ ମାନେ ପରିବେଶ ପ୍ରଦୂଷଣ କମ କରୁଥିବା ସବୁଜ ବାଣ କିଣି ଫୁଟାନ୍ତୁ। ରାତି 10 ଟା ପରେ ବାଣ ଫୁଟାଇବା ଅନୁମତି ଦିଆଯିବ ନାହିଁ। ପୁରୀ ଜିଲ୍ଲା ବାସି ସୁରକ୍ଷିତ ଭାବେ ଆନନ୍ଦ ଉଲ୍ଲାସରେ ବାଣ ଫୁଟାଇ ଦୀପାବଳୀକୁ ଉପଭୋଗ କରନ୍ତୁ। ତେବେ ସରକାରଙ୍କ ଅନୁମତି ନ ଥିବା ବେଆଇନ ବାଣ ବିକ୍ରୀ ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଉଛି। ଗତ 5 ଦିନ ଭିତରେ 12 ଲକ୍ଷ ଟଙ୍କାର ବାଣ ଜବତ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More