ଶ୍ରୀ ମନ୍ଦିରରେ ପୁଣି ନଜରକୁ ଆସିଚି ଅବ୍ୟବସ୍ଥା, ବିଦ୍ୟୁତ୍ ବିଭ୍ରାଟ ଯୋଗୁ ହନ୍ତସନ୍ତ ହେଲେ ସେବାୟତ ଓ ଭକ୍ତ

42

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀ ମନ୍ଦିରରେ ପୁଣି ନଜରକୁ ଆସିଚି ଅବ୍ୟବସ୍ଥା। ବିଦ୍ୟୁତ୍ ବିଭ୍ରାଟ ଯୋଗୁ ହନ୍ତସନ୍ତ ହେଲେ ସେବାୟତ ଓ ଭକ୍ତ। ଶ୍ରୀ ମନ୍ଦିର ଭିତରେ ହଠାତ୍ ଲାଇଟ୍ କଟି ଯିବାରୁ 20 ମିନିଟ ଯାଏ ସବୁ କିଛି ଠପ ହୋଇ ଯାଇଥିଲା। ତେବେ ଦୀର୍ଘ 20 ମିନିଟ ପରେ ବିଦ୍ୟୁତ୍ ବ୍ୟବସ୍ଥା ସ୍ଵାଭାବିକ ହେବା ପରେ ସ୍ଥିତି ସୁଧୁରିଥିଲା। ତେବେ ଶ୍ରୀ ମନ୍ଦିର ଭିତରେ ହଠାତ୍ ଦୀର୍ଘ 20 ମିନିଟ କାଳ ବିଦ୍ୟୁତ୍ କାଟିବାକୁ ନେଇ ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ଆଜି ସଂଧ୍ୟା 7 ଟା 30 ବେଳେ ଶ୍ରୀ ମନ୍ଦିର ଭିତରେ ହାଠାତ ବିଦ୍ୟୁତ୍ ଚାଲି ଯାଇଥିଲା। ତେବେ ପାୱାର ବ୍ୟାକ ଅପ୍ ପାଇଁ ଯେତେ ଚେଷ୍ଟା ହୋଇଥିଲେ ମଧ୍ଯ ତାହା ବିଫଳ ହୋଇଥିଲା। ଫଳରେ ମହାପ୍ରଭୂ ଙ୍କ ନୀତି ପ୍ରଭାବିତ ହୋଇଥିଲା। ତେବେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ରେ କୋଟି କୋଟି ଖର୍ଚ୍ଚ କରାଯାଇ ସରକାର୍ ବହାଵା ନେଉଥିବା ବେଳେ ଶ୍ରୀ ମନ୍ଦିର ରେ ବିଦ୍ୟୁବିଭ୍ରାଟ ହେବା ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶ୍ରୀ ମନ୍ଦିର ପଶ୍ଚିମ ଦ୍ବାରରେ ବିଦ୍ୟୁତ୍ ବିଭ୍ରାଟ ର ମୁକାବିଲା ପାଇଁ ଶକ୍ତିଶାଳୀ ଡିଜି ସେଟ୍ ଥିବା ବେଳେ ଏହା କାର୍ଯ୍ଯ ରେ ଲାଗି ପାରିଲା ନାହିଁ। କେଉଁ କାରଣ ଏହା ଚାଲି ପାରିଲା ନାହିଁ ତାହାକୁ ନେଇ ଭକ୍ତ ମହଲରେ ପ୍ରଶ୍ନ ଉଠିଛି। ଶ୍ରୀ ମନ୍ଦିର ଭଳି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ରେ ଦୀର୍ଘ 20 ମିନିଟ ଧରି ବିଦ୍ୟୁତ୍ ବିଭ୍ରାଟ ହେବା ଦ୍ବାରା କୌଣସି ଅଘଟଣ ଘଟିଥିଲେ କିଏ ଦାୟୀ ରହିଥାଆନ୍ତା ବୋଲି ପ୍ରଶ୍ନ ଉଠିଛି। ଶ୍ରୀ ମନ୍ଦିରରେ ମହାପ୍ରଭୂଙ୍କ ବନକଲାଗି ନୀତି ଥିବା ବେଳେ ଏଭଳି ବିଦ୍ୟୁତ୍ ବିଭ୍ରାଟ ହେବାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ତେବେ ସୌଭାଗ୍ୟ ବଶତଃ କୌଣସି ଅଘଟଣ ହୋଇ ନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More