ଶ୍ରୀ ନୀଳକଣ୍ଠଶ୍ୱର ମନ୍ଦିର ନିକଟରେ ଅଷ୍ଟ ପ୍ରହରୀ ନାମଯଜ୍ଞ

15

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ୫)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଶିରିଶି ଗ୍ରାମପଞ୍ଚାୟତ ଏକୋରୀ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ନିକଟରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ! ପ୍ରଥମ ଦିନ ଅଧିବାସ ଓ ନଦୀ ରୁ କଳସ ଯାତ୍ରା କରି ଅଣାଯାଇଥିଲା ! ଦ୍ୱତୀୟ ଦିନ ହୋମ ଯଜ୍ଞ, ନିତିକାନ୍ତି ପୂଜା ପରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହେଇଥିଲା ! ଏହି ଅଷ୍ଟ ପ୍ରହରୀ ରେ ଆଠ ଟି ସଙ୍କୀର୍ତ୍ତନ ଦଳ ଯୋଗଦେଇଥିବା ବେଳେ ଶେଷ ଦିବସ ରେ ଦହି ହାଣ୍ଡି ଭଗ୍ନ, ନଗର ସଂକୀର୍ତ୍ତନ, କଳସ ବିସର୍ଜନ କରା ଯିବାର କାର୍ଯ୍ୟକ୍ରମରହିଛି ! ଭକ୍ତ ମାନଙ୍କ ପାଇଁ ପ୍ରତିଦିନ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଥିଲା !ଏହି ଅଷ୍ଟ ପ୍ରହରୀ ଦେଖିବା ପାଇଁ ଆଖ ପାଖ ଅଞ୍ଚଳ ର ବହୁ ଶ୍ରଦ୍ଧାଳୁ ଙ୍କ ଭିଡ ଲାଗିଥିଲା ! ମନ୍ଦିର ପରିଚାଳକ ତଥା ପୂଜକ ଏବଂ ବିଶିଷ୍ଟ ସମାଜସେବୀ ଶ୍ରୀ ଚକ୍ର ଧର ସାହୁ ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ! ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More