ଶ୍ରୀମନ୍ଦିର ନିକଟ ଜୋତା ଷ୍ଟାଣ୍ଡରେ ଅଘଟଣ,ଜୋତା ଷ୍ଟାଣ୍ଡ ବ୍ୟାରିକେଟରେ ମୁଣ୍ଡ ପୁରାଇ ଫସିଲା ଶିଶୁ କନ୍ୟା

52

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ଶ୍ରୀମନ୍ଦିର ନିକଟ ଜୋତା ଷ୍ଟାଣ୍ଡରେ ଅଘଟଣ। ଜୋତାଷ୍ଟାଣ୍ଡ ବ୍ୟାରିକେଟରେ ମୁଣ୍ଡ ପୁରାଇ ଦେବା ପରେ ମୁଣ୍ଡ ଫସି ଗଲା ବ୍ୟାରିକେଟରେ । ତେବେ , ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଲୁହା କାଟି ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି।ସୂଚନାନୁଯାୟୀ , ରାମ ନାରାୟଣ ରଥଙ୍କ ୪ବର୍ଷ ଝିଅ ଅଗ୍ନି ଅମ୍ବିକା ରଥ ଜୋତାଷ୍ଟାଣ୍ଡ ବ୍ୟାରିକେଟରେ ମୁଣ୍ଡ ପୁରାଇ ଦେବା ପରେ ମୁଣ୍ଡ ଫସି ଯାଇଥିଲା । ସେ କଳାହାଣ୍ଡି ଭବାନୀ ପାଟଣାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ। ତେବେ ସେମାନେ ଅନ୍ୟ ମନସ୍କ ଥିବା ବେଳେ ପିଲାଟି ଲୁହା ବ୍ୟାରିକେଟରେ ମୁଣ୍ଡ ପୁରେଇ ଦେଇ ଥିବା ଜଣାପଡିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More