ପୁରୀ ( ସଂଘର୍ଷ ମିଡିଆ ) :– ମଙ୍ଗଳବାର ବୈଶାଖ ଶୁକ୍ଳ ଚତୁର୍ଦଶୀ,ଶ୍ରୀନୃସିଂହ ଦେବଙ୍କ ଜନ୍ମ ତିଥି ହେତୁ ଶ୍ରୀମନ୍ଦିରରେ ଶ୍ରୀ ନୃସିଂହ ଦେବଙ୍କ ଜନ୍ମୋସ୍ଛବ ବିଧି ମତେ ପାଳିତ ହୋଇଅଛି । ଚନ୍ଦନ ସରବରରୁ ଚନ୍ଦନଯାତ୍ରା ନୀତି ସାରି ଠାକୁର ମାନେ ଶ୍ରୀମନ୍ଦିରକୁ ବାହୁଡା ବିଜେ ହୋଇ ଫେରିବା ପରେ ମହାପ୍ରଭୁଙ୍କ ବାଡରୁ ପାଳିଆ ପୂଜାପଣ୍ଡା ଏକାଗୋଟି ଆଜ୍ଞାମାଳ ନେଇ ଘଣ୍ଟ, ଛତା କାହାଳି ପଟୁଆରରେ ସିଂହଦ୍ୱାରବାଟେ ଦୋଳ ମଣ୍ଡପ ସାହି ଦେଇ ଚକ୍ରତୀର୍ଥ ରୋଡ଼ସ୍ଥ ଚକ୍ର ନାରାୟଣ ମନ୍ଦିରକୁ ବିଜେ ହେଲାପରେ, ମହାପ୍ରଭୁଙ୍କ ମଇଲମ ,ମହାସ୍ନାନ, ସର୍ବାଙ୍ଗ ପରେ ବେଶ ବଢି ୬ମୂର୍ତି ଅଳଙ୍କାର ଲାଗି ହୋଇ ବେଶ ବଢି ସନ୍ଧ୍ୟା ଆଳତି ସମାପନ ହୋଇ, ସନ୍ଧ୍ୟା ଧୂପ ଶେଷ ହୋଇ ପ୍ରସାଦ ବାହାରି ପାଣି ପଡିଲା ପରେ ମହାଜନ ପୁଷ୍ପାଳକ ମାନେ ଦକ୍ଷିଣୀ ଘରୁ ଶ୍ରୀନୃସିଂହ ଦେବଙ୍କୁ ସିଂହାସନକୁ ବିଜେ କରାଇଲାପରେ ପୂଜାପଣ୍ଡା ଆଜ୍ଞାମାଳ ଦେବାପରେ ମହାଜନେ ମୁକ୍ତି ମଣ୍ଡପ ଉପରେ ଶ୍ରୀ ନୃସିଂହ ଦେବଙ୍କୁ ବିଜେ କରାଇ ଥିଲେ, ମୁକ୍ତି ମଣ୍ଡପ ପାର୍ଶ୍ୱରେ ଥିବା ଶ୍ରୀନୃସିଂହ ଦେବଙ୍କୁ ପତ୍ତି ମହାପାତ୍ରେ, ମୁକ୍ତି ମଣ୍ଡପରେ ବିଜେ ନୃସିଂହ ଦେବଙ୍କୁ ପୂଜାପଣ୍ଡା ସାମନ୍ତେ ରୀତି ନୀତି ଅନୁଯାୟୀ ଜନ୍ମ ନୀତି ସମାପନ କରିଥିଲେ,ଏଠାରେ ମହାସ୍ନାନ,ପଞ୍ଚପଚାର ବିଧିରେ ଶୀତଳ ଭୋଗ, ବନ୍ଦାପନା ବଢ଼ିଲାପରେ ଶ୍ରୀନୃସିଂହ ଦେବ ଝୁଲଣ ମଣ୍ଡପ ତଳେ ଥିବା ବିମାନକୁ ବିଜେ ହୋଇଥିଲେ, ଘଣ୍ଟ, ଛତା, କାହାଳି ପଟୁଆରରେ ବିମାନବଡୁ ବିମାନକୁ ଶ୍ରୀଜଗନ୍ନାଥ ବଲ୍ଲଭ ଅଭିମୁଖେ ଯାତ୍ରା କରିଥିଲେ, ସେଠାରେ ଭୋଗ, ବନ୍ଦାପନା ନୀତି ଅନୁଷ୍ଠିତ ହେଲାପରେ ଶ୍ରୀନୃସିଂହ ଦେବ ଶ୍ରୀମନ୍ଦିରକୁ ବାହୁଡା ବିଜେ ହୋଇ ଦକ୍ଷିଣୀ ଘରେ ବିରାଜମାନ କଲାପରେ, ରତ୍ନସିଂହାସନସ୍ଥ ଶ୍ରୀବିଗ୍ରହ ମାନଙ୍କ ଆଲଟ ଲାଗି ଓ ଅନ୍ୟାନ ନୀତିମାନ ଅନୁଷ୍ଠିତ ହୋଇଥିଲା ।