ଶ୍ରୀକ୍ଷେତ୍ରରେ ଗଣେଶ ପୂଜା ପାଳନ ପାଇଁ ପ୍ରସ୍ତୁତି

69

Get real time updates directly on you device, subscribe now.

ପୁରି(ସଂଘର୍ଷ ମିଡିଆ) : –

ଆସନ୍ତା ଗଣେଶ ପୂଜା ଠାରୁ ପାର୍ବଣ ରୁତୁ ଆରମ୍ଭ ହେଉଥିବା ବେଳେ ଚଳଚଞ୍ଚଳ ହେବ ଶ୍ରୀକ୍ଷେତ୍ର। ଗଣେଶ ପୂଜା ଠାରୁ ବିଭିନ୍ନ ପୂଜା ପର୍ବାଣୀ ଆରମ୍ଭ ହେଉଥିବା ବେଳେ ପୁରୀ ବାହାରୁ ମଧ୍ୟ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହେବ। ଏଣୁ ପୂଜା ପର୍ବାଣୀ ସମୟରେ ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା, ଆଇନଶୃଙ୍ଖଳା ସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।‌ ବିଭିନ୍ନ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ସହ ପୋଲିସ ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଥିବା ବେଳେ ପୂଜା ମଣ୍ଡପ ଗୁଡିକରେ ସିସିଟିଭି ସ୍ଥାପନ କରିବା, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବା, ଶବ୍ଦ ପ୍ରଦ୍ୟୁଷଣ ନକରିବା, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରୋସେସନ ପୂର୍ବରୁ ପୋଲିସ ଠାରୁ ଅନୁମତି ନେବା ନେଇ ଆଲୋଚନା ହୋଇଥିବା କହିଛନ୍ତି ପୁରୀ ଏସପି। ସେହିପରି ପୂଜା ସମୟରେ ଅପରାଧ ଓ ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ ସମସ୍ତ ଥାନା ଅଞ୍ଚଳରେ ବ୍ୟାପକ ପେଟ୍ରୋଲିଙ୍ଗ, ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିବା ପାଇଁ ଚଢ଼ାଉ କରାଯିବା ନେଇ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଏସପି।

ଗଣେଶ ପୂଜା ପାଳନକୁ ନେଇ ପୁରୀ ସହରରେ ବ୍ୟାପକ ପ୍ରସ୍ତୁତି ହୋଇଥିବା ବେଳେ ପୂଜାକୁ ଶୃଙ୍ଖଳାରେ ଆୟୋଜନ କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିସହ ବିଭିନ୍ନ ଅଞ୍ଚଳରେ ହେଉଥିବା ଅପରାଧ ସମ୍ପର୍କରେ ତୁରନ୍ତ ଖବର ଦେବା ସହ ସହଯୋଗ କରିବା ପାଇଁ ବୁଦ୍ଧିଜୀବୀ, ସ୍ବେଛାସେବୀ ଏବଂ ପୂଜା ମଣ୍ଡପ କର୍ମକର୍ତ୍ତା ମାନେ ପୁରୀ ପୋଲିସକୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ପୁରୀ ଏସପି ଡଃ କନୱର ବିଶାଳ ସିଂ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More