ପୁରୀ ( ସଂଘର୍ଷ ମିଡିଆ ) : ଶେଷ ହୋଇଛି ପବିତ୍ର ଜାଗର ପର୍ବ। ପୁରୀରେ ବାବା ଲୋକନାଥଙ୍କ ପୀଠରେ ମହାଦୀପକୁ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ। ଭୋର 5 ଟା 20 ମିନିଟ ରେ ପ୍ରଭୁ ଲୋକ ନାଥଙ୍କ ମହାଦୀପ ଉଠିଚି। ମହାଦୀପ ଉଠିଲା ବେଳେ ହୁଳହୁଳି , ହରିବୋଲ ରେ ପରିବେଶ ପ୍ରକମ୍ପିତ ହୋଇ ଥିଲା। ମହାଦୀପ ଦର୍ଶନ କରି ଶ୍ରଦ୍ଧାଳୁ ଭାବ ବିହ୍ଵଳ ହୋଇ ଥିଲେ। ନିର୍ଦ୍ଧାରିତ କାର୍ଯ୍ୟ ସୁଚି ଅନୁଯାୟୀ ପବିତ୍ର ଜାଗର ଅଵସର ରେ ବୁଧବାର ରାତି 12 ଟା 30 ରେ ଦ୍ୱାର ଫିଟା ପରେ ପ୍ରଭୁଙ୍କ ର ବିଭିନ୍ନ ନୀତିକାନ୍ତି ବଢିବା ପରେ ଗୁରୁବାର ଭୋର 4 ଟା ରେ ସର୍ବ ସାଧରଣ ଦର୍ଶନ ଆରଂଭ ହୋଇ ଥିଲା। ଦିନ ସାରା ଭକ୍ତ ମାନେ ଲାଇନ ଲଗେଇ ପ୍ରଭୂ ଲୋକନାଥଙ୍କୁ ଦର୍ଶନ କରିଥିଲେ। ବିଳମ୍ବିତ ରାତିରେ ହରିହର ଭେଟ ପରେ ଭୋର 5 ଟା 20 ରେ ପ୍ରଭୁ ଲୋକନାଥଙ୍କ ମହାଦୀପ ଉଠି ଥିଲା। ଏଥି ସହିତ ପବିତ୍ର ଜାଗର ଯାତ୍ରା ସମାପନ ହୋଇ ଥିଲା। ଶାନ୍ତି ଶୃଙ୍ଖଳା ପାଇଁ 15 ପ୍ଲାଟୁନ ପୋଲିସ ଫୋର୍ସ ସହ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା ହୋଇଥିଲା। ଚଳିତ ବର୍ଷ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଦର୍ଶନ ବ୍ୟବସ୍ଥା ହୋ ଇ ଥିବା ବେଳେ ମନ୍ଦିର ଗମ୍ଭୀରା ଭିତରେ ପ୍ରଭୂଙ୍କ ଦର୍ଶନ ନେଇ କଟକଣା କରାଯାଇଥିଲା। ତେବେ ରାଜ୍ୟର ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା କୁ ନେଇ 144 ଧାରା ଜାରି କରାଯାଇ ଥିବା ବେଳେ ପୁରୀ ର ବାବା ଲୋକ ନାଥ ଙ୍କ ମନ୍ଦିରରେ ସାଧାରଣ ଦର୍ଶନ ନେଇ ବ୍ୟବସ୍ଥାକୁ ନେଇ ଭକ୍ତ ମାନେ ପୋଲିସ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି। ଶାନ୍ତି ଶୃଙ୍ଖଳା ରେ ସମାପନ ହୋଇଛି ଜାଗର ଯାତ୍ରା। ତେବେ ଆସନ୍ତୁ ଦେଖିବା ସେହି ବିଶେଷ ମୁହୂର୍ତ୍ତ ଯେତେବେଳେ କି ପ୍ରଭୁ ଲୋକନାଥଙ୍କର ମହାଦୀପ ଉଠି ଥିଲା। ହରିବୋଲ , ହୁଳହୁଳି ରେ ଅଂଚଳ ପ୍ରକମ୍ପିତ ହୋଇ ଥିଲା।