ଶୀତଳ ଷଷ୍ଠୀ ପୁର୍ବରୁ ତିନି ରଥର ଅଖ ଚକ ଡେରା କାର୍ଯ୍ୟ ସମ୍ପୂର୍ଣ୍ଣ

47

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ମହାପ୍ରଭୂଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ତେବେ ଶୀତଳ ଷଷ୍ଠୀ ପୁର୍ବରୁ ତିନି ରଥର ଅଖ ଚକ ଡେରା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଚି। ରଥର ଚାରି ନାହାକା କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି।ଗତକାଲି ସୁଦ୍ଧା ତିନିରଥ ର ତିନି ଭୂଇଁ ପାଇଁ ୧୨ ଟି ଲେଖାଏଁ ୨୦ ଫୁଟିଆ ଭୂଇଁ ଚଉତା କାଠରେ ପାଖୁଡ଼ା ବିନ୍ଧ ଏବଂ ଖମ୍ବିି ବିନ୍ଧ ଶେଷ ହେବାସହ ପାଞ୍ଚ ଦଣ୍ଡା ଚଉପଟ, ଗରଗରା ଚଉପଟ ଏବଂ ଚାରି ନଶାକା ଚଉପଟ କାର୍ଯ୍ୟ ହୋଇଥଲା।ତିନି ରଥର ପାଞ୍ଚ ଦଣ୍ଡା ଏବଂ ଦୁଇଟି ଲେଖାଏଁ ଗରଗରାର ଚଉପଟ କାର୍ଯ୍ୟ ଶେଷ ହୋଇଚି। ତିନି ରଥର ପାଞ୍ଚ ଦଣ୍ଡା ଚଉପଟ କାର୍ଯ୍ୟ ଶେଷ ହେବା ପରେ ଦଣ୍ଡା ଗୁଡ଼ିକର ଉଭୟ ପାର୍ଶ୍ଵ ମୁହାଁଟ ସଂଯୋଗ ପାଇଁ ସାଲ କାର୍ଯ୍ୟ ଶେଷ ହୋଇଅଛି। ତିନି ରଥର ପାଞ୍ଚ ଦଣ୍ଡାର ମୁହାଁଟି ସଂଯୋଗ ହେବ । ତିନି ରଥର ଦୁଇଟି ଲେଖାଏଁ ଗରଗରାର ଚଉପଟ କାର୍ଯ୍ୟ ଶେଷ ହୋଇ ଗରଗରାର ଉଭୟ ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି।ତିନି ରଥର ତିନୋଟି ଲେଖାଏଁ ଚାରି ନାହାକାର ଚଉପଟ କାର୍ଯ୍ୟ ଶେଷ ହୋଇ ଅଛି ଆଉ ଗୋଟିଏ ଗୋଟିଏ ନାହାକା ର ଚଉପଟ କାର୍ଯ୍ୟ ଜାରୀ ରହିଛି, ଚଉପଟ ଶେଷ ହୋଇଥିବା ନାହାକାର ଆଠ କୋଣି ଆଁଶ ମାରା କାର୍ଯ୍ୟ ଜାରୀ ରହିଛି।ତିନି ରଥର ୩୩ ଗୋଟି କୋଣ ଗୁଜ ରୁ ଦୁଇ ଦୁଇଟି କୋଣ ଗୁଜକୁ ଛାଡି ଦେଲେ ପ୍ରାୟ ସମସ୍ତ କୋଣ ଗୁଜ ରେ ସିଂହ ବିରଳ ରୂପ ଖୋଦେଇ ଶେଷ ହୋଇ,ପୋଲିସ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ଏଥି ସହ ତିନି ରଥର ରୂପକାର ସେବକ ମାନେ ତିନିରଥ ର ବେଦୀ ସିଂହାସନ ମୁହାଁଟିରେ ଚିତ୍ର ଖୋଦେଇ ପାଇଁ ସେଥିରେ ପୂର୍ଣ୍ଣ କୁମ୍ଭ, କୁମ୍ଭ ଦୁଇପାର୍ଶ୍ୱରେ ମତ୍ସ୍ୟ, ମୟୂର ଏବଂ ଡାଲି ଲତା ଚିତ୍ର ଅଙ୍କନ ପରେ ତିନି ସିଂହାସନ ମୁଂହାଟିରେ ଖୋଦେଇ କାର୍ଯ୍ୟ ଆରମ୍ଭ ହୋଇଅଛି। କରତୀ ସେବକ ମାନେ ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ ଶେଷ କରି ଦର୍ପ ଦଳନ ରଥର ପୋଲ ଗୟଳ ଚିରଟ ପାଇଁ ଗୟଳ କାଠର ଉଭୟ ପାର୍ଶ୍ଵ ବାରିସୀ ରେ ହାଣି ସମତଳ କାର୍ଯ୍ୟ ଆରମ୍ଭ କରିଛନ୍ତି।ଦୋଳ ବେଦୀସ୍ଥ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଦଣ୍ଡା ବିଡିଆ କଣ୍ଟା ନିର୍ମାଣ ଶେଷ କରୀ ଜୋଖା କଣ୍ଟା ଏବଂ ପୋଟଳ ନଦା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More