ପୁରୀ ( ସଂଘର୍ଷ ମିଡିଆ ) : ଶିଶୁଙ୍କ କ୍ଷେତ୍ରରେ ଯୌନ ନିର୍ଜାତନା ରୋକିବା ଦିଗରେ ପୁରୀରେ ଆରମ୍ଭ ହୋଇଛି ୩ ଦିନିଆ ଜାତୀୟ କର୍ମଶାଳା। ଏହି କର୍ମଶାଳାରେ ଦେଶର ବିଭିନ୍ନ ରାଜ୍ୟର ପ୍ରତିନିଧି ଓ ଶିଶୁ ସୁରକ୍ଷା ଅଧିକାରୀ ଅଂଶଗ୍ରହଣ କରିଥିଲେ। ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଡି.ପି ଚୌଧୁରୀ , ଏନସିପିସିଆର ର ସଦସ୍ୟ ଜସୱନ୍ତ ଜେନ୍, ରାଜ୍ୟ ଶିଶୁ ସୁରକ୍ଷା କମିଶନର ଅଧ୍ୟକ୍ଷା ସନ୍ଧ୍ୟାବତି ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତେବେ ଦିନକୁ ଦିନ ରାଜ୍ୟ ତଥା ଦେଶରେ ଶୁଶୁଙ୍କ କ୍ଷେତ୍ରରେ ଯୌନ ନିର୍ଜାତନା ହାର ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏହା ଉପରେ କିଭଳି ରୋକ ଲଗାଯାଇପାରିବ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା। ସେପଟେ ରାଜ୍ୟ ସରକାର ସମସ୍ତ ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ ସ୍ବତନ୍ତ୍ର ଥାନା ସ୍ଥାପନ କରନ୍ତୁ। ଏନେଇ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ଡିଜିପିଙ୍କୁ ଅନୁରୋଧ କରିଛନ୍ତି।