ଶାସନପଦା ଗାଁରେ ସରକାରଙ୍କ ରାସ୍ତା ଯୋଜନା ଫେଲ

43

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ନିଆଳି ବ୍ଲକ ସିଠାଳ ପଞ୍ଚାୟତ ଶାସନପଦା ଗାଁ 20 ନମ୍ବର ୱାର୍ଡରେ 70 ରୁ 80 ଘର ଲୋକେ ବାସ କରନ୍ତି। ଦୀର୍ଘଦିନ ହେବ ଗାଁକୁ ରାସ୍ତାଟିଏ ନ ଥିବାରୁ ଯାତାୟତ ପାଇଁ ବହୁ ଅସୁବିଧା ହେଉଛି।ମାନ୍ୟବର ରାଜ୍ୟ ସରକାରଙ୍କୁ ପରିହାସ ସଦୃଶ।ନିଆଳି ନିର୍ବାଚନ ମଣ୍ଡଳୀ ଅଭିମନ୍ୟୁ ସଂଗଠନ ଗାଁ ଲୋକଙ୍କ ସମସ୍ୟା ପାଖରେ ପହଂଚି ସମସ୍ୟାକୁ ପ୍ରଶାସନ ନିକଟରେ ପହଞ୍ଚାଇବାକୁ ପ୍ରତିଶୃତି ଦେଇଛନ୍ତି। ସଂଗଠନର ଆବାହକ ଅଭିମନ୍ୟୁ ମଲ୍ଲିକଙ୍କ କହିବକଥା ସିଠାଳ ପଞ୍ଚାୟତକୁ ସର୍ବାଧିକ କାମ ଆସୁଛି ଅଥଚ ଶାସନପଦା ଗାଁ କୁ ରାସ୍ତାଟିଏ ନହେବା କେଉଁ ଉଦ୍ଧେଶ୍ୟ ଥାଇପାରେ।ରାସ୍ତା ପାଇଁ ଯୋଜନା ଆଜି ଫେଲ ମାରିଛି।ଅଭିମନ୍ୟୁ ସଂଗଠନ ଚେତାବନୀ ଦେଇଛନ୍ତି କି ଆଗାମୀ ପଂଚାୟତ ନିର୍ବାଚନ ପୂର୍ବରୁ ରାସ୍ତାଟି ନହେଲେ ଆଗାମୀ ଦିନରେ ବ୍ଲକ ସମ୍ମୁଖରେ କୋଭିଡ ନିୟମକୁ ମାନି ଧାରଣାରେ ବସିବେ। କଣ୍ଟାପଡାରୁ ସନ୍ତୋଷ ପ୍ରଧାନ ଓ ରାଜକିଶୋର ଦାସଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More