ଶଯ୍ୟାଶାୟୀ ପୂର୍ବତନ ସମିତି ଅଧ୍ୟକ୍ଷା, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

45

Get real time updates directly on you device, subscribe now.

କଳାହାଣ୍ଡି ( ସଂଘର୍ଷ ମିଡିଆ ) : – କଳାହାଣ୍ଡି ଜିଲ୍ଲା-କଲମପୁର ବ୍ଲକର ପୂର୍ବତନ ସମିତି ଅଧ୍ୟକ୍ଷ୍ୟା ହରିଦ୍ରା ମାଝୀ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ କ୍ଷମତା ରେ ଥିଲେ । ତାଙ୍କ ପଦବୀ ପାଇବା ପଛରେ ଥିଲା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ଙ୍କ ଆଶୀର୍ବାଦ । ସବୁ ଠିକ ଥିଲା, ପଦଵୀ ଥିଲା, ସମସ୍ତେ ଥିଲେ । ଏବେ ପଦବୀ ଯିବା ପରେ ହଠାତ କୌଣସି ରୋଗର ଶିକାର ହୋଇଥିଲେ ହରିଦ୍ରା । ଦୀର୍ଘ ଦେଢ଼ ବର୍ଷ ଧରି ଏବେ ସେ ଶଯ୍ୟାଶାୟୀ । ତାଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବିସମକଟକ ଖ୍ରୀଷ୍ଟିୟାନ ହସ୍ପିଟାଲ ଓ ବୁର୍ଲା ଠାରେ ବିଭିନ୍ନ ସମୟରେ ଚିକିତ୍ସିତ ହେଉଥିଲେ ମଧ୍ୟ ରୋଗ ନିରୂପଣ ହୋଇପାରି ନଥିଲା ।: ଦୀର୍ଘ ଦେଢ଼ବର୍ଷ ପରେ ଗତ କିଛିଦିନ ତଳେ କଟକ ମେଡ଼ିକାଲରେ ପରୀକ୍ଷା କରାଯିବ ପରେ ସେ T.B.Spainar ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ମେରୁଦଣ୍ଡରେ ଏହାର ପ୍ରଭାବ ରହିଥିବାରୁ ଏହାର ଅପରେସନ ନିତାନ୍ତ ଆବଶ୍ୟକ ଥିବା ଡାକ୍ତର ପରାମର୍ଶ ଦେଇଥିବା ହରିଦ୍ରା ମାଝୀଙ୍କ ସ୍ୱାମୀ ଯୁଗଳ ସିଂ ମାଝୀ ସୂଚନା ଦେଇଛନ୍ତି । ଏହି ଚିକିତ୍ସା ବ୍ୟୟ ସାପେକ୍ଷ ହୋଇଥିବାରୁ ଏବଂ ଯୁଗଳ ଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ହରିଦ୍ରା ଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ ଦଳୀୟ ନେତୃବୃନ୍ଦ ତଥା ସାଥି ଭାଇଙ୍କ ଠାରୁ କିଛି ଆର୍ଥିକ ସହାୟତା ମିଳିଳେ ସେ ତାଙ୍କ ପତ୍ନୀ ତଥା ପୂର୍ବତନ ସମିତି ଅଧ୍ୟକ୍ଷ୍ୟାଙ୍କ ଚିକିତ୍ସା କରାଇ ପାରିବେ ବୋଲି ସୂଚନା ଦେଇଛନ୍ତି । ଏପଟେ ଧର୍ମଗଡ଼ ବିଧାୟକ ମୋଉଷଧି ବାଗଙ୍କୁ ପଚାରିବାରୁ ସେ କହିଛନ୍ତି , ମୁଁ CM ପାଣ୍ଠିରୁ ନିଶ୍ଚୟ ହରିଦ୍ରାଙ୍କୁ ସାହାଯ୍ୟ କରିବି ବୋଲି ମତ ପ୍ରକାଶ କରିଛନ୍ତି । ତେବେ ଆମର ଖବର ପ୍ରସାରଣ ପରେ ହରିଦ୍ରାଙ୍କୁ କିଏ କିଏ ସହାୟତାର ହାତ ବଢ଼ାଉଛନ୍ତି ତାହା ଦେଖିବାକୁ ବାକି ରହିଲା । କଳାହାଣ୍ଡି ଜିଲ୍ଲା-ଧର୍ମଗଡରୁ ଲଷ୍ମୀ ରଂଜନ ବାଗଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More