ପୁରୀ (ସଂଘର୍ଷ ମିଡିଆ ) : ଚଳିତ ବର୍ଷର ବିଷୟ Ecosystem Restoration କୁ ଗୁରୁତ୍ୱ ଦେଇ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ନିର୍ମାଣ କରିଛନ୍ତି। ସେ ତାଙ୍କ ବାଲୁକା କଳା ରେ ବୃକ୍ଷ ରୋପଣ କରିବାର ଦୃଶ୍ୟ ଦେଖାଇବା ସହିତ ଧରିତ୍ରୀ ମାତା କିପରି ସବୁଜିମାରେ ଭରପୂର ହୋଇ ପରିବେଶ ଅତ୍ୟନ୍ତ ସରସ ସୁନ୍ଦର ଏବଂ ମନୋଲୋଭା ହେବାର ଦୃଶ୍ୟ ସେ ଅତି ସୁନ୍ଦର ଏବଂ ନିଖୁଣ ଭାବରେ ଦର୍ଶାଇଛନ୍ତି। ଏହି ବାଲୁକା କଳା ନର୍ମାଣ କରିବା କୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା। ଏହି ବାଲୁକା କଳା ଟି ୨୦ ଫୁଟ୍ ଓସାର ବିଶିଷ୍ଟ ଏବଂ ଏଥିରେ ୧୫ ଟନ୍ ବାଲି ଉପଯୋଗ କରାଯାଇଛି। ଏଥିରେ ସେ “World Environment Day” ର ବାର୍ତ୍ତା ଦେଇଛନ୍ତି।