ଵିଜାତଳା ବ୍ଲକରେଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଉଦଘାଟନ

33

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ଅକ୍ଟୋବର ୨ ତାରିଖ ଅହିଂସାର ପୂଜାରୀ ତଥା ଜାତିର ପିତା ମହାତ୍ମା ଗାନ୍ଧୀଜୀଙ୍କ ଓ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମଦିନ ଅବସରରେ ବିଜାତଳା ବ୍ଲକର ଖନ୍ତ ପଞ୍ଚାୟତର ଟିକରପଡା ଗ୍ରାମରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଉଦଘାଟନ ଉତ୍ସବ ଭାରତର ଲୋକ ପ୍ରିୟ ପ୍ରଧାନମନ୍ତ୍ରୀ ଝାରଖଣ୍ଡ ରାଜ୍ୟର ହାଜାରିବାଗ ଠାରେ ଭିଡିଓ କରଫରେନ୍ସ ଜରିଆରେ ରାଜ୍ୟ ସଭା ସାଂସଦ ମମତା ମହାନ୍ତ, ରାଇରଙ୍ଗପୁର ବିଧାୟକ ଜଲେନ ନାୟକ, ସରସକଣା ବିଧାୟକ ଭାଦବ ହାଁସଦା, ବିଜାତଳା ବ୍ଲକ ବି ଡି ଓ ବଂଶୀଧର ଖୋସାଲl,. (ପି.ଏ. ଆଇ.ଟି. ଡି.ଏ)ପ୍ରକଳ୍ପ ପ୍ରସାଶକ.ପରୀକ୍ଷିତ ଦାସ ଖନ୍ତ ସରପଞ୍ଚ କାନ୍ଦ୍ରା ମାହାଳି. ବିଜେପିର ବରିଷ୍ଠ ନେତା ନବୀନ ରାମ, ସଜି୍ବ ମହାନ୍ତି ଉତ୍ସବରେ ଯୋଗ ଦେଇ ଉଦଘାଟନ କରି ଥିଲେ।ଅଟକଳ ମୂଲ୍ୟ ୨୭ କୋଟି ଟଙ୍କା ବ୍ୟୟରେ l୧୪୮୦ ଜଣ ଛାତ୍ରଛାତ୍ରୀ ଅଧୟନ କରିବା ପାଇଁ ଵ୍ୟଵସ୍ଥା କରାଯାଇଛି l ଏକଲବ୍ୟ ନାମ କାରଣର ଉଦ୍ଦେଶ୍ୟ ହେଉଛି ସମସ୍ତ ବିଦ୍ୟାର୍ଥି ଜଣେ ଜଣେ ଏକଲବ୍ୟ ହୋଇ ବାହାରିବେ l ପ୍ରଥମ କରି ୩୦ ଛାତ୍ର ଓ ୩୦ ଛାତ୍ରୀ ପ୍ରଥମ ବର୍ଷରେ ନାମ ଲେଖାଇ ପାରିବେ। ଶିକ୍ଷା ହେଉଛି ଅନ୍ଧାରରୂପୀ ଅଜ୍ଞାନକୁ ଦୂର କରିବାର ମଶାଲ l ଏହି ମଶାଲକୁ ଆଗକୁ ବଢାଇବାର ଉତ୍ତରଦାୟିତ୍ୱ ହେଉଛି ଶିକ୍ଷକଙ୍କର, ଅଧ୍ୟବସାୟ ଓ ଏକାଗ୍ରତା ହିଁ ସଫଳତାର ଚାବିକାଠି l ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More