ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାଷୀଙ୍କ ଧାନ ଫସଲ କ୍ଷୟକ୍ଷତି

45

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – -ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ ଅଗରଖଣ୍ଡି ପଞ୍ଚାୟତର ବଡ଼ ଗାଁରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାଷୀଙ୍କ ଧାନ ଫସଲ କ୍ଷୟକ୍ଷତି ହୋଇଛି।ବଙ୍ଗୋପସାଗରରେ ସୃଷ୍ଟି ହୋଇ ଥିବା ଲଘୁଚାପ ଘନୀଭୂତ ହୋଇ ବାତ୍ୟା ପେଙ୍ଗାଲ ସୃଷ୍ଟି ହୋଇଛି। ଦୁଇ ତିନି ଦିନ ହେଲା ଝିପିଝିପି ବର୍ଷା ଲାଗି ରହିଥିବା ଯୋଗୁଁ ଚାଷୀଙ୍କ ଧାନ ପାଣି ଜମି ନଷ୍ଟ ହୋଇଛି।ଚାଷୀଙ୍କ ଧାନ ଫସଲ ଅମଳ ସମୟରେ ଲଗାଣ ବର୍ଷା ଯୋଗୁଁ ଧାନ ଫସଲରେ ପାଣିପଶି କ୍ଷୟକ୍ଷତି ଘଟିଛି।ଚାଷୀଙ୍କ କହିବା କଥା ହେଲା କୃଷି ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସୂଚନା ଦେଇଥିଲେ ହୁଏତ ଚାଷୀଙ୍କ ଧାନ ଫସଲ ଅମଳ ହୋଇ ପାରିଥାନ୍ତା ଓ ଚାଷୀ ନିଜର ଧାନ ଫସଲକୁ ସଠିକ ଭାବେ ରକ୍ଷଣାବେକ୍ଷଣ କରିପାରିଥାନ୍ତେ।ସାରା ବର୍ଷ ଚାଷୀ ଟିଏ ଖରା ବର୍ଷା ଶୀତରେ ବହୁ କଷ୍ଟ ସହି ଧାନ ଚାଷ କରେ। ବର୍ଷା ଯୋଗୁଁ ଚାଷୀଙ୍କ ଅମଳ ଧାନ ହେଉ କି କଟା ଯାଇ ନ ଥିବା ଧାନ ହେଉ,ବର୍ଷାରେ ଭିଜିଗଲା କିଛି ଜଣ ଚାଷୀ ଧାନ କାଟି କଳେଇ ଖଳାରେ ଗଦା କରିଛନ୍ତି,କିଛି ଜଣ ଚାଷଙ୍କ ଧାନ କଟା ଆରମ୍ଭ ହୋଇନାହିଁ। ହେଲେ ବର୍ଷା ହେଉଥିବାରୁ ଚାଷୀର ବର୍ଷ ଜାକର ଧାନ ବର୍ଷାରେ ଭିଜିଗଲା ହେଲେ ଚାଷୀ ସେଥିପାଇଁ ଚିନ୍ତାରେ ରହିଛି।ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି।ମିଶିନୀରେ କଟା ଯାଇଥିବା ଧାନ ଏବେ ଖଳାରେ ପଡି ରହିଛି।। ତାର୍ପଲ ଘୋଡେଇ ଚାଷୀ ଖଳାରେ ଜଗି ବସିଛି। ଅଦାନିଆ ବର୍ଷ। ଚାଷୀଙ୍କୁ କାଳ ସାଜିଛି ।ବର୍ଷସାରାର ପରିଶ୍ରମ ବର୍ଷାରେ ଭିଜିଲେ ଚାଷୀ କଣ କରିବ ଚିନ୍ତାରେ। ଏ ସ୍ଥିତି ପରଖିବା ପାଇଁ ତୃଣମୂଳ ସ୍ତରରେ ଚାଷୀଙ୍କ ନିକଟରେ ପହଞ୍ଚିଥିଲୁ।ଏହିଭଳି ବିଭିନ୍ନ ସ୍ଥାନରେ ଚାଷୀ ଙ୍କ ଧାନ ଫସଲ କ୍ଷୟକ୍ଷତି ଘଟି ଥିବାର ଦେଖିବାକୁ ମିଳିଛି । ଗଜପତିରୁ ବିବେକାନନ୍ଦ ବେହେରା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More