ରୋଗୀଙ୍କ ଠାରୁ ଫାର୍ମାସିଷ୍ଟ ଟଙ୍କା ନେବା ଘଟଣା ବିଷୟରେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅଭିମନ୍ୟୁ ମଲ୍ଲିକ

17

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : -କଟକ ଜିଲ୍ଲା ନିଆଳି ନିର୍ବାଚନ ମଣ୍ଡଳୀ ବାରଙ୍ଗ ବ୍ଲକ ମହିଧରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସିନିଅର ଫାର୍ମାସିଷ୍ଟ ଭରତ ଚନ୍ଦ୍ର ମଲ୍ଲିକ ରୋଗୀଙ୍କ ଠାରୁ ଟଙ୍କା ନେଉଥିବାର ଆମ ସଙ୍ଘର୍ଷ ନିଉଜ ପ୍ରତିନିଧି ଷ୍ଟିଙ୍ଗ ଅପରେସନ କରି ଲୋକଲୋଚନକୁ ଆଣିଥିଲେ।ଏବିଷୟରେ କଟକ ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା. ସତ୍ୟବ୍ରତ ଛୋଟରାୟ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ନିଆଳି ନିର୍ବାଚନ ମଣ୍ଡଳୀ ର ଅଭିମନ୍ୟୁ ସଂଗଠନର ଆବାହକ ଅଭିମନ୍ୟୁ ମଲ୍ଲିକ।ତତସହିତକଟକ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଷ୍ଟେନୋଙ୍କ whatsup ନମ୍ବରକୁ ଭିଡିଓ କ୍ଲିପ ପ୍ରଦାନ କରିଥିଲେ।CDMO ନିଜ ପ୍ରତକ୍ରିୟା ରେ କହିଛନ୍ତି ଫାର୍ମାସିଷ୍ଟ ଯେଉଁ ରୋଗୀମାନଙ୍କଠାରୁ ଟଙ୍କା ନେଇଛନ୍ତି ସେମାନଙ୍କୁ କୁହନ୍ତୁ ଲିଖିତ ଅଭିଯୋଗ କରିବା ପାଇଁ। ସାଧାରଣରେ ପ୍ରଶ୍ନ ଉଠୁଛି ଭିଡିଓ ରେ ଫାର୍ମାସିଷ୍ଟ ଟଙ୍କା ନେଉଥିବାର ଦୃଶ୍ୟ ଦେଖିଲା ପରେ CDMO କାର୍ଯ୍ୟନୁଷ୍ଠାନ ନେବା କଥା କିନ୍ତୁ ରୋଗୀଙ୍କୁ CDMOଙ୍କୁ ଲିଖିତ ଅଭିଯୋଗ କରିବାକୁ କହୁଛନ୍ତି । ମହିଧରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦିନ 10 ଟା 30 ମିନିଟ ସମୟରେ ଡାକ୍ତର ରୋଗୀସେବା ନକରି ଫାର୍ମାସିଷ୍ଟ ମେଡ଼ିସିନ ବିତରଣ କରିବା ପରିବର୍ତ୍ତେ ଟଙ୍କା ନେଇ ରୋଗୀ ଙ୍କୁ ଦେଖୁଥିଲେ ବୋଲି ଅଭିମନ୍ୟୁ ମଲ୍ଲିକ CDMOଙ୍କ ସହିତ ଯୁକ୍ତି ବାଢିବାରୁ ଡ଼.ସତ୍ୟବ୍ରତ ଛୋଟରାୟ ଉପଯୁକ୍ତ ତଦନ୍ତ କରି ମେଡିକାଲ କତ୍ତୃପକ୍ଷ ଙ୍କ ଉପରେ ସାତ ଦିନ ମଧ୍ୟରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।ଅଭିମନ୍ୟୁ ମଲ୍ଲିଜ CDMOଙ୍କ ପ୍ରତିକ୍ରିୟାରେ ସନ୍ତୁଷ୍ଟ ହୋଇନଥିଲେ ବୋଲି କହିଛନ୍ତି।ପୁନର୍ବାର ଅଭିମନ୍ୟୁ ମଲ୍ଲିକ ଡ଼.ଭବାନୀ ଶଙ୍କର ଚୟନି ଜିଲ୍ଲାପାଳ,କଟକଙ୍କୁ ଘଟଣା ବିଷୟରେ ଲିଖିତ ଅଭିଯୋଗ କରିଛନ୍ତି। 5T ସଚିବଙ୍କୁ ଏବିଷୟରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି ଅଭିମନ୍ୟୁ ମଲ୍ଲିକ । ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନେଇ ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ଶ୍ରୀଯୁକ୍ତ ମଲ୍ଲିକ କହିଛନ୍ତି।କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More