ରାଜ୍ୟ ରାଜପଥ କଡରେ ଭାଲୁ

17

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ରବିବାର ଅପରାହ୍ନ ପ୍ରାୟ ୩ ଘ. ସମୟରେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ମହେନ୍ଦ୍ରି ଛକ ନିକଟ ଡାବୁଗାଁ – ପାପଡାହାଣ୍ଡି ରାଜ୍ୟ ରାଜପଥ-୩୯ କଡରେ ଥିବା ଜଙ୍ଗଲ ମଧ୍ୟରେ ଦୁଇଟି ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ଦୁଇ ଭାଲୁ ଦୀର୍ଘ ୫ ଘଣ୍ଟା ସେଠାରେ ଏପଟେ ସେପଟେ ବୁଲି ଖେଳୁଥିବା ଲୋକମାନେ କହିଛନ୍ତି । ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକମାନେ ଏତେ ବଡ଼ ବଡ଼ ଭାଲୁ ଦେଖି ଭୟଭୀତ ହୋଇଥିଲେ । ଅନେକ ଲୋକ ଫଟୋ ଭିଡିଓ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଡାବୁଗାଁ ରୁ ମାତ୍ର ୫ କିଲୋମିଟର ଦୂରରେ ଭାଲୁ ବାହାରିବା ଖବର ଶୁଣି ଡାବୁଗାଁ ଗ୍ରାମବାସୀ ମଧ୍ୟ ଭୟଭୀତ ଅଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟ ର ବିଷୟ ଡାବୁଗାଁ ଠାରୁ ମାତ୍ର ୫ କିଲୋମିଟର ଦୂରରେ ଭାଲୁ ବାହାରିଥିଲେ | ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁଁ ଖାଦ୍ୟ ସନ୍ଧାନ ରେ ବନ୍ୟ ଜନ୍ତୁ ଗ୍ରାମ ମୁହାଁ ହେଉଥିବା ଆଖପାଖ ଗ୍ରାମର ଲୋକମାନେ ପ୍ରକାଶ କରିଛନ୍ତି ।ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More