ନବରଙ୍ଗପୁର(ସଂଘର୍ଷ ମିଡିଆ) :- ଓଡ଼ିଶା ମହାମହିମ ରାଜ୍ୟପାଳ ରଘୁବର ଦାସ ଆଜି ନବରଙ୍ଗପୁର ଦିନିକିଆ ଗସ୍ତରେ ଆସି ପାପଡ଼ାହାଣ୍ଡି ବ୍ଲକ ର ଅନେକ ସ୍ଥାନ ଗସ୍ତ କରିଥିଲେ । ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ଓ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏହି ଦିନିକିଆ ଗସ୍ତ ସମୟରେ ପାପଡାହାଣ୍ଡି ବ୍ଲକର ପ୍ରଥମେ ସିରିଶି ପଂଚାୟତ ଗସ୍ତ କରି ଏଫପିଓର ୨୫୦ଜଣ ଚାଷୀ ଓ ଗ୍ରାମବାସୀଙ୍କ ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ ପରେ ରାଜ୍ୟପାଳ ତଣ୍ଡାଗୁଡା ଯାଇ ଟେରାକୋଟା ହସ୍ତଶିଳ୍ପ କାରିଗରମାନଙ୍କ ସହ ଆଲୋଚନା କରିଥିଲେ । ଦଳେଇଗୁଡାର ଅଙ୍ଗନବାଡିକୁ ଯାଇ ପୋଷଣ ଯୋଜନା ସଂକ୍ରାନ୍ତରେ ଅଭିଭାବକ ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ। ପ୍ରଧାନୀଗୁଡା ଗାଁରେ ପହଞ୍ଚି ବଟନ ଛତୁ ୟୁନିଟ ପରିଦର୍ଶନ କରିଥିଲେ । ପ୍ରଧାନୀଗୁଡାରୁ ଡୁମାଗୁଡା ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ସେଠାରୁ ସେମଳା ଗାଁକୁ ଯାଇ ମାତୃଶକ୍ତି ଉତ୍ପାଦକ ଉଦ୍ୟୋଗର ଶିଆଳି ପତ୍ରରେ ଖଲି ତିଆରି କରୁଥିବା ମହିଳାଙ୍କ ସହ ଆଲୋଚନା କରିଥିଲେ । ଏସ ଏଚ ଜି ମହିଳା ମାନେ ଖଲି ତିଆରି କରି ଲାଭବାନ ହୋଇ ପରିବାର ସହ ଖୁସିରେ ଥିବା ପ୍ରକାଶ କରିଥିଲେ । ମଇଦଲପୁର ଅଞ୍ଚଳ ନିମନ୍ତେ ମଇଦଲପୁରକୁ ବ୍ଲକର ମାନ୍ୟତା ଦେବାକୁ ଅଞ୍ଚଳବାସୀ ମାନ୍ୟବର ରାଜ୍ୟପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ l ଏହି ଗସ୍ତ ସମୟରେ ଗସ୍ତ କରିଥିବା ଗ୍ରାମ ଗୁଡିକର ଶତାଧିକ ପୁରୁଷ ମହିଳା ଯୋଗଦେଇ ସ୍ଵାଗତ ଜଣାଇଥିଲେ । ରାଜ୍ୟପାଳ ନବରଙ୍ଗପୁର ସର୍କିଟ ହାଉସ କୁ ଯାଇଥିଲେ । ରାଜ୍ୟପାଳଙ୍କ ସୁରକ୍ଷା ଦାୟିତ୍ୱରେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମାଙ୍କ ନେତୃତ୍ୱରେ ସୁରକ୍ଷା ଦିଆଯାଇଥିଲା । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l