ଜଗତସିଂହପୁର( ସଂଘର୍ଷ ମିଡିଆ ) : – ଜଗତସିଂହପୁର ଜ଼ିଲ୍ଲା ଆଦିକବି ସାରଳାଦାସ ସଂସ୍କୃତି ଭବନ ପରିସରରେ ରାଜସ୍ୱ ଆଇନ ଓ ଅଧିନିୟମ ସଂକ୍ରାନ୍ତୀୟ ଜ଼ିଲ୍ଲାସ୍ତରୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜ଼ିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି କର୍ମଶାଳା କୁ ଉଦଘାଟନ କରିଥିବାବେଳେ ଆଜିର ଦିନରେ ରାଜସ୍ବ ଆଇନି ଓ ଅଧିନିୟମ ପ୍ରଶିକ୍ଷଣ ଗୁରୁତ୍ୱ ବହନ କରେ ବୋଲି କହିଥିଲେ। କୋଭିଡି ନିୟମ ମାର୍ଗଦର୍ଶିକାକୁ ପାଳନ କରିଏହି କର୍ମଶାଳା ଅନୁଷ୍ଠିତ କରାଯାଇଥିଲା। ସ୍ୱାଧୀନତା ର ଓଡ଼ିଶାରେ ଭୁ ରାଜସ୍ୱ ଆଇନି ରେ ବ୍ୟାପକ ପରିବର୍ତ୍ତନ କରାଯାଇଛି।ଓଡିଶା ର ରାଜସ୍ୱ ଆଇନି ଉପକୂଳ ଓଡିଶା, ଦକ୍ଷିଣ ଓଡିଶା, ପଶ୍ଚିମ ଓଡିଶା ତିନୋଟି ପ୍ରୋଭିନ୍ସର ଆଇନି କୁ ମିଶାଇ କରାଯାଇଛି । ଭୁ ରାଜସ୍ୱ ବର୍ତ୍ତମାନ 0.2 ପ୍ରତିଶତ ହୋଇଛି । ଏହି କର୍ମଶାଳା ରେ ରାଜସ୍ୱ ଅତିରିକ୍ତ ଜ଼ିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ ଯୋଗଦେଇ ରାଜସ୍ୱ ନିରୀକ୍ଷକ ମାନେ ରାଜସ୍ୱ ଆଇନି ଓ ଅଧିନିୟମ ସମ୍ପର୍କରେ ଜ୍ଞାନ ହାସଲ କରିବା ଆବଶ୍ୟକ ରହିଛି ବୋଲି କହିଥିଲେ।ଏପରିକି ରେଜିଷ୍ଟର ଗୁଡିକ ସଠିକ ଭାବେ ଚଳାଇବା ସେଥିପାଇଁ ଏହି କର୍ମଶାଳା ଆୟୋଜନ କରାଯାଇଛି।ବର୍ତ୍ତମାନ ସମସ୍ତ କାର୍ଯ୍ୟ ଅନ ଲାଇନ ମାଧ୍ୟମରେ କରାଯାଉଥିବାରୁ ଏହି ସମ୍ପର୍କରେ ଜ୍ଞାନ ଆହରଣ କରିବା ନିତାନ୍ତ ଜରୁରୀ ଅଟେ।ଏହି କର୍ମଶାଳାରେ ଉପ ଜ଼ିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଜଗତସିଂହପୁର ତାହିସଲଦାର ମାନସ ରଞ୍ଜନ ଭୋଇ, ବାଲିକୁଦା ତହସିଲଦାର ସିଦ୍ଧାର୍ଥ ଶଙ୍କର ସାହୁ,ରୂପାଲିକା ଦାସଙ୍କ ସମେତ 70 ଜଣ ରାଜସ୍ୱ ନିରୀକ୍ଷକ, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଓ ସୁପରଭାଇଜର ମାନେ ଦେଇଥିଲେ। ଡେପୁଟି କଲେକ୍ଟର ଅଜୟ କୁମାର ମହାନ୍ତି ଏହି କର୍ମଶାଳା କୁ ପରିଚାଳନା କରିଥିଲେ। ଜଗତସିଂହପୁରରୁଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।