ପୁରୀ(ସଂଘର୍ଷ ମିଡିଆ) : – କାଳି ପୂଜା ପାଇଁ ଚଳ ଚଂଚଳ ମା ଦକ୍ଷିଣ କାଳୀ ପୀଠ ।ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଲେ ମା । ମାଙ୍କର ଦର୍ଶନ କରି କରୁଣା ଲାଭ କରିବା ଲାଗି ହଜାର ହଜାର ଭକ୍ତଙ୍କର ଭିଡ ଜମିଛି ବୀର ଗୋବିନ୍ଦପୁର ଗ୍ରାମରେ । ରୀତିନୀତି ନୁସାରେ ମାଙ୍କ ଠାରେ ଦୁଇ ଗୋଟି ଛାଗ ବଳି ପଡିଥିବା ବେଳେ ମାଙ୍କର ଶାନ୍ତି ବେଶ ଦର୍ଶନ ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କର ସୁଅ ଛୁଟିଛି ଏଠାକୁ । ପୁରୀ ଜିଲ୍ଲା ବୀରଗୋବିନ୍ଦପୁର ମା ଦକ୍ଷିଣକାଳୀ ପୀଠ । ବହୁ ପୁରାତନ କାଳରୁ ମା ଏଠାରେ ପୂଜା ପାଇଅ।ସୁଛନ୍ତି । ଗୁରୁବାର ମଧ୍ୟ ରାତ୍ରରେ ମାଙ୍କର ପୂଜକ ସାଙ୍ଗରେ ପୋଥି ଓ ମାଙ୍କ ପ୍ରତିମୂତ୍ତି ଧରି ମନ୍ଦିରରେ ପ୍ରବେଶ କରିବା ପରେ ଘଣ୍ଟ, ମାଦକ, ଛତ୍ରୀ, ତ୍ରାଶଧରି ନିକଟସ୍ଥ ପୋଖରୀରୁ ୧୬ ଗୋଟି କଳସରେ ଜଳ ଅଣାଯାଇ ମାଙ୍କୁ ସ୍ନାନ କରାଯାଇଥିଲା । ଏହାପରେ ପୂଜକ ଯଂତ୍ର କାଟି ଅ।ସ୍ଥାନ ଜମାଇ ମାଙ୍କର ରୀତିନୀତିନୁସାରେ ପୂଜା କରିବା ପରେ ଘଟପୂଜା,ପରେ ଚକ୍ଷୁଦାନ,ପୁଷ୍ପାଣ୍ଡି ବଳି, ଅ।ଖୁବଳି ମାଙ୍କ ପାଖରେ ପୂଜକ ସମର୍ପଣ କରିବା ପରେ ପରଂପରାନୁସାରେ ଦୁଇଗୋଟି ଛାଗ ବଳି ଦିଅ।ଯାଇଥିଲା। ଅ।ଜି ସକ।ଳୁ ଶ୍ରଦ୍ଧାଳୁ ମାଙ୍କର ଶାନ୍ତି ବେଶ ରେ ଦର୍ଶନ ଦେଉଛନ୍ତି। ମାଙ୍କ ରାଜରାଜେଶ୍ଵରୀ ବେଶ ଦର୍ଶନ ପାଇଁ ଭିଡ଼ ଜମିଛି ଏହି ପୀଠରେ।ବିଶ୍ଵାସ ମାଙ୍କ ପାଖରେ ଗୁହାରି ଜଣାଇଲେ ମନସ୍କାମନା ପୂରଣ ହୋଇଥାଏ ।ମାଙ୍କୁ ଦର୍ଶନ କରିବା ଲାଗି ଏଠାରେ ଶ୍ରଦ୍ଧାଳୁଙ୍କର ଭିଡ ଜମିଛି, ମାନସିକ ବଳି ଉପରେ ରୋକ୍ ଲଗାଯାଇଥିଲେ ମଧ୍ୟ ମାଙ୍କର କରୁଣା କେବେ ବି ଭକ୍ତ ମାନଙ୍କ ପାଇଁ କମି ନାହିଁ ବୋଲି ଶ୍ରଦ୍ଧାଳୁ ମତ ଦେଇଥିବା ବେଳେ ଏଠାରେ ମାଙ୍କୁ ଦର୍ଶନ କଲେ ଶାନ୍ତି ମିଳିବା ସହିତ ମନସ୍କାମନା ପୂରଣ ହୋଇଥାଏ ବୋଲି କହିଛନ୍ତି ଶ୍ରଦ୍ଧାଳୁ । ସେପଟେ ଜନସମାଗମକୁ ଦୁଷ୍ଟିରେ ରଖି ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ବିଶ୍ବାସ ଅଛି ଏଠାରେ ମାନତ କଲେ ମନସ୍କାମନା ପୂରଣ ହୋଇଥ।ଏ, ଏହି ବିଶ୍ଵାସରେ କାହିଁ କେଉଁ ଠାରୁ ଭକ୍ତଙ୍କର ସୁଅ ଛୁଟିଛି ଏଠାକୁ, ପ୍ରଶାସନ ମାନସିକ ବଳି ଉପରେ ରୋକ ଲଗାଇଥିଲେ ମଧ୍ୟ ମାଙ୍କର ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ବୀରଗୋବିନ୍ଦପୁର ମା ଦକ୍ଷିଣ କାଳି ପୀଠରେ ।