ରାଉରକେଲା ଅବକାରୀ ବିଭାଗ ଦ୍ଵାରା ୨ଲକ୍ଷ ୩୦ହଜାର ଟଙ୍କାର ଗଞେଇ ଜବତ

16

Get real time updates directly on you device, subscribe now.

ସୁନ୍ଦରଗଡ(ସଂଘର୍ଷ ମିଡିଆ)ରାଉରକେଲା ଅବକାରୀ ବିଭାଗକୁ ଏକ ଗୁପ୍ତ ସୂଚନା ମିଳିଥିଲା ଯେ, କନ୍ଧମାଳରୁ ଗଞ୍ଜେଇ ଧରି ଦେବରାଜ କୁମାର କୁଅଁର ରାଉରକେଲା ଆସୁଛି | ସେହି ଗୁପ୍ତ ସୂଚନା ଆଧାରରେ ରାଉରକେଲା ଅବକାରୀ ବିଭାଗ, ଦେବରାଜ କୁଅଁରକୁ ଫଲୋ କରିଥିଲା | ପାନପୋଷ ବସ୍ ଷ୍ଟାଣ୍ଡରେ ଓହ୍ଲାଇବା ପରେ ୨୮ ବର୍ଷିୟ ଦେବରାଜ କୁଅଁର ଏକ ଅଟୋରେ ଗଞ୍ଜେଇ ଲଦି ରାଉରକେଲା ପ୍ଲାଣ୍ଟ ସାଇଟ୍ ରୋଡ଼ ଆଡକୁ ଆସୁଥିବା ବେଳେ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାର୍ଡ ତାକୁ କାବୁ କରିନେଇଥିଲା | ତା’ ନିକଟରୁ ୨୩ କିଲୋ ୭୦୦ଗ୍ରାମ୍ ଗଞ୍ଜେଇ ଜବତ୍ କରାଯାଇଥିଲା, ଯାହାର ଆନୁମାନିକ ୨ଲକ୍ଷ ୩୦ ହଜାର ହେବ | ଘଟଣା ସ୍ଥଳରୁ ଅଟୋ ଚାଳକ ଫେରାର ହୋଇଯାଇଥିଲା |.

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More