ରଥ ନିର୍ମାଣକୁ ନେଇ ଚଳଚଞ୍ଚଳ ରଥଖଳା

33

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ରଥ ନିର୍ମାଣକୁ ନେଇ ଚଳଚଞ୍ଚଳ ରଥଖଳା । ତିନି ରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ .୮.୦୦ ଟା ରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ବିଶ୍ଵକର୍ମା ଙ୍କ ନିର୍ଦ୍ଦେଶ ମତେ ନିର୍ମାଣ କାର୍ଯ୍ୟ କରୁଛନ୍ତି। ତିନି ରଥର ୧୬ ଗୋଟି ଚକ ନିର୍ମାଣ ଶେଷ ହୋଇଚି। ତିନି ରଥର ଆଉ ଦୁଇଟି ଲେଖାଏଁ ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଁଚିଛି। ତିନିଟି ଲେଖାଏଁ ତୁମ୍ବରେ ଅର ସଂଯୋଗ ପୂର୍ବକ ଯନ୍ତାଗାଡ ଠାରେ ତୁମ୍ବ ଆର ରେ କଣ୍ଟା ବାଡିଆ ବା ସିଙ୍ଗଡ଼ା ବାଡିଆ କାର୍ଯ୍ୟ ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ତତ୍ତ୍ୱାବଧାନରେ ଭୋଇ ସେବକ ମାନେ ଶେଷକରି ଅଖବିନ୍ଧ ପାଇଁ ରଥ ଚାଳିକୁ ଯୋଗାଇଚନ୍ତି ।ସିଙ୍ଗଡ଼ା ତୁମ୍ବ ଗୁଡିକରେ ତୁମ୍ଭ ବିନ୍ଧ କାରିଗରଙ୍କ ଦ୍ଵାରା ଅଖବିନ୍ଧ ପରେ ତିନି ରଥର ମହାରଣା ସେବକ ମାନେ ମାପ ପ୍ରକାରେ ବଳକା ଅର କଟିଙ୍ଗ ତଥା ସାଲ କାର୍ଯ୍ୟ କରୁଛନ୍ତି। ତିନି ରଥର ମହାରଣା ସେବକ ମାନେ ଦୁଇ ଦୁଇଟି ଚକ ପ୍ରସ୍ତୁତ ପାଇଁ ୮ ଟି ଲେଖାଇଁ ପଇ ବିନ୍ଧ ଶେଷ କଲାପରେ ତିନି ରଥର ଦୁଇ ଦୁଇଟି ସିଙ୍ଗଡ଼ା ରେ ପଇ ସଂଯୋଗ ଶେଷ ହୋଇ ପଇ ରେ କିଳା ଗାଡିଆ ବା ବିଲେଇ ବାଡିଆ ହୋଇ ପଇ କଳସା ଜାରୀ ରହିଛି। ରଥ ଖଳାରେ ସ୍ଥାନାଭାବ ଯୋଗୁଁ ଅଧିକ ଚକ ନିର୍ମାଣ କରି ରଖିବା ସମ୍ଭବ ହେଉ ନାହିଁ ପରମ୍ପରା ପ୍ରକାରେ ଆଜୀ ଭଉଁରୀ ତିଥିରେ ଚକ ଅଖ ଡେରା ନୀତି ପରେ ନିର୍ମାଣ ସରିଥିବା ଚକ ଗୁଡ଼ିକୁ ବିଧିମତେ ବାହାରକୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଅଣାଯାଇଚି ।ଏଥିସହ ତିନି ରଥର ସମସ୍ତ ସାଲ ଗୁଜ, ତୀଖ ଗୁଜ, ଜଳଯନ୍ତ୍ର,କୁଡୁକା, ଦୁଇଟି ଲେଖାଏଁ ଓରା, ଏବଂ ଗୋଟିଏ ଲେଖାଏଁ ସିଂହାସନ ନିର୍ମାଣ ଶେଷକରି ଛନ୍ତି। ଏଥିସହ ତିନି ରଥର ଗୋଟିଏ ଗୋଟିଏ ପ୍ରଭା ଅପସରା ଚଉପଟ କାର୍ଯ୍ୟ ଜାରୀ ରହିଛି। ଅନ୍ୟପଟେ ରୂପକାର ସେବକ ମାନେ ତିନି ଏଥର ୧୧ଟି ଲେଖାଏଁ ସାଲ ଗୁଜରେ ରେ ରୂପ ଖୋଦେଇ ଜାରୀରଖିଛନ୍ତି।ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ଆବଶ୍ୟକ ପନ୍ଦାରି, ତୁମ୍ବ ବଳା, ଦଶ ଏଗାରଟି ଚକ ପାଇଁ ଆବଶ୍ୟକ ଅର କଣ୍ଟା ନିର୍ମାଣ ଶେଷକରି କରିଚନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More