ରଥଯାତ୍ରା ପାଇଁ ପ୍ରସ୍ତୁତ ବୈଠକ

38

Get real time updates directly on you device, subscribe now.

ନବରଙ୍ଗପୁର( ସଂଘର୍ଷ ମିଡିଆ) : – — ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ସଦର ମହକୁମାର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ମନ୍ଦିର କମିଟି ସଭାପତି ଶ୍ରୀ ପ୍ରିୟ ରଞ୍ଜନ ଦାସଙ୍କ ସଭାପତିତ୍ବରେ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା |ଉକ୍ତ ବୈଠକରେ ମନ୍ଦିର ପରିଚାଳନା କମିଟିର ସମସ୍ତ କାର୍ଯ୍ୟକର୍ତ୍ତା, ବୁଦ୍ଧିଜୀବୀ ଓ ଗ୍ରାମର ଭଦ୍ରବ୍ୟକ୍ତିମାନେ ଶତାଧିକ ସଂଖ୍ୟାରେ ଯୋଗଦେଇଥିଲେ |ମନ୍ଦିର ପ୍ରତିଷ୍ଠାର ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ହୋମଯଜ୍ଞ ସହ ପୂଜାର୍ଚନା କରାଯାଇଥିଲା |ଉକ୍ତ ପୂଜାକାର୍ଯ୍ୟରେ ଝରୀଗାଁର ସୂର୍ଯ୍ୟ ପଟ୍ଟନାୟକ ସପତ୍ନୀକ ଯୋଗ ଦେଇ ପୁରୋଧା କାର୍ଯ୍ୟ ତୁଲେଇଥିଲେ |ଉକ୍ତ ବୈଠକରେ ରଥ ନିର୍ମାଣ କରିବା ନିମନ୍ତେ ମହାରଣାମାନେ କମିଟିକୁ ପ୍ରସ୍ତାବ ଦେଇଥିବା ବେଳେ ନୂତନ ଭାବେ ୪ଟି ଚକ ନିର୍ମାଣ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା |ଚଳିତ ମାସ ୧୨ତାରିଖରୁ ରଥକାର୍ଯ୍ୟ ଆରମ୍ଭ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା |ଉକ୍ତ ଦିନରେ ପ୍ରତିବର୍ଷ ଯେଉଁ ଦାତାମାନେ ରଥଯାତ୍ରା ପାଇଁ ଅନୁଦାନ କରି ଆସିଛନ୍ତି ସେମାନଙ୍କ ସହ ଯୋଗାଯୋଗ କରି ଅର୍ଥ ଆଦାୟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା |ଉକ୍ତ ବୈଠକରେ କୋଷାଧକ୍ଷ ଭାବେ ଶ୍ରୀ ବଳବୀର ପ୍ରସାଦ ଶର୍ମା ଓ ଶ୍ରୀ ରବୀନ୍ଦ୍ର ନାରାୟଣ ଦାସଙ୍କୁ ଯୁଗ୍ମ ଦାୟିତ୍ୱ ଅର୍ପଣ କରାଯାଇଥିଲା |ଏମାନଙ୍କୁ ସହଯୋଗ କରିବା ନିମନ୍ତେ ପିଙ୍କୁ କାହାଲିଆ,କେଶବ କୁଦୁମି,ଜୟା ରାଓ,କାନ୍ତ ନାୟକ,ବାବୁଲା ପ୍ରସାଦଙ୍କୁ ଦାୟିତ୍ୱ ଅର୍ପଣ କରାଗଲା |ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରା କିପରି ଶାନ୍ତି, ଶୃଙ୍ଖଳା ଓ ଆଡମ୍ବର ସହକାରେ କରାଯିବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା lପରିଶେଷରେ ମନ୍ଦିର କମିଟି ସଭାପତି ସମସ୍ତଙ୍କୁ ଧନ୍ୟବାଦ ଜଣେଇ ସଭା ସାଙ୍ଗ କରିଥିଲେ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More