ରଥଖଳାରେରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

85

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ରଥଖଳାରେରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତିନି ରଥର ୪୨ ତୁମ୍ବରୁ ୨୪ଟି ତୁମ୍ବ ବୋଳା ଗୋଲେଇ କାମ ଶେଷହୋଇଛି ।୨୪ଟି ତୁମ୍ବରୁ ତାଳଧ୍ଵଜ ରଥର୮ଟି, ଦର୍ପଦଳନ ରଥର ୮ଟି ଓନନ୍ଦିଘୋଷ ରଥର ୮ଟି ତୁମ୍ବ ବୋଳା କାମଶେଷ ହୋଇଛି। କରତି ସେବକମାନେ ୨୨ଟି ଫାଶିକାଠଗଡ଼ କରି ତିନି ରଥଚାଳିକୁ ଭୋଇସେବକଙ୍କ ଜରିଆରେ ଯୋଗାଇ ଦେଇଛନ୍ତି। ଗତକାଲି ରଥଖଳା ରେକରତି ସେବକମାନେ ୨୦ଟିତୁମ୍ବ କାଟି ତିନି ରଥଚାଳିକୁଭୋଇସେବକଙ୍କ ମାଧ୍ୟମରେଯୋଗାଇ ଦେଇଥିଲେ ।ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେତିନି ରଥ ପାଇଁ ଅରକଣ୍ଟା ଓପନ୍ଦାରି ବଳା ନିର୍ମାଣ ଜାରି ରଖିଛନ୍ତି।ତିନି ରଥ ପାଇଁ ୩୭ଜଣ ମହାରଣା ସେବକ, ୨୨ଜଣ ଭୋଇ ସେବକ, ୪ଜଣ କରତି ସେବକ, ୯ଜଣ କମାର ସେବକ, ଜଣେ ବିନ୍ଧ କାରିଗରଙ୍କୁ ମିଶାଇ ୭୪ଜଣ ରଥ ନିର୍ମାଣରେ ନିୟୋଜିତ ଥିଲେ। ତେବେ ଆଗାମୀ ଦିନ ରେ ରଥ ନିର୍ମାଣ କାର୍ଯ୍ୟ ବଢିବା ସହ ଅଧିକ ସେବକ ମଧ୍ୟ ରଥ ନିର୍ମାଣ ରେ ନିୟୋଜିତ ହେବେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More