ବଲାଙ୍ଗିର ( ସଂଘର୍ଷ ମିଡିଆ ) : ଆଦିବାସୀ ପ୍ରଥା ଓ ପରମ୍ପରା ମୁତାବକ ବଲାଙ୍ଗିର ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଥିବା ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀ ସଂଗ ରେ ଥିବା ଐତିହାସିକ ସପ୍ତମାତୃକା ଶୈବ ପୀଠ ପରିସରରେ ଆଜି ହଜାର ହଜାର ପଶୁ ପକ୍ଷୀଙ୍କୁ ବଳୀ ଦିଆଯାଇଛି ଥିବା ବେଳେ ଭକ୍ତଙ୍କ ଆଗରେ ପ୍ରଶାସନ ହାରମାନିଲା। ଫଳରେ ରକ୍ତ ରଞ୍ଜିତ ହୋଇପଡିଛି ଶୈବ ପୀଠ। ଓଡ଼ିଶାର ଶୈବ ପୀଠରେ ବଳିଦେବାର ପରମ୍ପରା ବିରଳ ହୋଇଥିବା ବେଳେ କିନ୍ତୁ ଏଠାରେ ଶୈବ ଓ ସାକ୍ତର ମିଳନ ଦେଖି ବାକୁ ମିଳିଛି।ମଧ୍ୟ ରାତ୍ରୀରେ ମା ଭୈରବୀ ତାଳଭରା ଗାଁରେ ଥିବା ମୁଖ୍ୟ ପୂଜକ ଦ୍ଵାରିକା ପ୍ରସାଦ ସିଂଙ୍କ ଘରୁ ବାହାରି ଭୋରରେ ଧବଳେଶ୍ବର ପିଠିରେ ପହଞ୍ଚି ଥିଲେ।ଆଦିବାସୀ ବିଶ୍ୱାସ ଅନୁସାରେ ସକାଳୁ ପୂଜାର୍ଚ୍ଚନା ପରେ ଧବଳେଶ୍ବରଙ୍କ ମନ୍ଦିରରୁ ଚଣ୍ଡୀ କାଲିସି ରୂପରେ ସବାର ହେବା ପରେ ତାଙ୍କ କାନ୍ଧ ରେ ବୋହି ଦେବ ମୁହାଣ ପର୍ଯ୍ୟନ୍ତ ଅଣାଯାଇଥିଲା।ଦେବ ମୁହାଣ ରେ କଳାହାଣ୍ଡି ରାଜାଙ୍କ ଦ୍ଵାରା ପ୍ରେରିତ ବୋଦାକୁ ବଳି ଦିଆଯାଇ ଥାଏ।ପ୍ରଥାନୁଯାୟୀ କଳାହାଣ୍ଡି, ବଲାଙ୍ଗିର,ବୌଦ ଓ ଫୁଲବାଣୀର ଅଠର ମାଝୀ ଷୋହଳ ପଧାନୀ ଆଦିବାସୀ ମାନଙ୍କ ଠାରୁ ଅରୁଆଚାଉଲ,ଫୁଲ,ସିନ୍ଦୂର ଏବଂ ଟାଙ୍ଗିଆ ଆସିବା ପରେ ସିଦ୍ଧେଶ୍ୱରି ପୀଠରେ ପୂଜା କରାଯାଇ ଥାଏ।ସେହିଭଳି ଗୁର୍ଜାଭଟା ରୁ ଆସିଥିବା ନିଶାନ ରେ ଦେବୀ ବସିବା ପରେ କଣ୍ଟାଦୋଳିରେ ଦୋଳି ଖେଳି ଥିଲେ।ପରେ ପରେ ସିଦ୍ଧେଶ୍ୱରି ଚଣ୍ଡି ଙ୍କ ଠାରେ ମନସ୍କାମନା କରିଥିବା ଭକ୍ତ ମାନେ ଆଣିଥିବା ବୋଡାକୁ ବଳି ଦିଆଯାଇଥିଲା।ତେବେ ଏଠାରେ ଆଜି ପ୍ରାୟ ୩ଶହ ରୁ ଅଧିକ ବଳି ପଡି ଥିବା ଦେଖିବାକୁ ମିଳିଥିଲା।ତେବେ ଏଠାରେ ମନସ୍କାମନା ପାଇଁ ଦେବୀଙ୍କୁ ମନାସିଲା ତାହା ପୂର୍ଣ୍ଣ ହୋଇଥାଏ ବୋଲି ଭକ୍ତ ମାନେ ପ୍ରକାଶ କରିଛନ୍ତି।ପ୍ରାଚିନ କାଳରେ ଏଇ ଅଞ୍ଚଳରେ କନ୍ଧମାନେ ବସବାସ କରିଆସୁଥିଲେ।ଏଠାରେ ସପ୍ତମାତୃକା ପୂଜା କରାଯାଉ ଥିବା ବେଳେ ଏହା ବାଦ ଐତିହାସିକ ମତରେ ଏହି ମନ୍ଦିର ଟି ନବମ ଶତାଦ୍ଦୀରେ ନିର୍ମାଣ ହୋଇଥିବା ଜଣାଯାଏ।ଏଇ ମନ୍ଦିର ଟି ଉତେଇ ଓ ତେଲ ନଦୀର ସଙ୍ଗମ ଅବସ୍ଥିତ ଥିବା ଏବଂ ନଦୀର ଦୁଇ କୂଳରେ ଦୁଇଟି ଶିବ ମନ୍ଦିର ଥିବା ରୁ ଏଥିରେ କଳାହାଣ୍ଡି, ବଲାଙ୍ଗିର,ନୂଆପଡା,ସୋନପୁର,ବୈ।ଦ,ଫୁଲବାଣୀ ତଥା ପୋଡ଼ସି ଛତିଶଗଡ଼ ରାଜ୍ୟ ରୁ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥାଏ।ତେବେ ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲା ର ସୀମାନ୍ତ ରେ ଥିବା ବେଲଖଣ୍ଡି ଧବଳେଶ୍ବର ଶିବ ମନ୍ଦିର। ତେବେ କଳାହାଣ୍ଡିର ଅନ୍ୟତମ ପ୍ରାଚୀନ ତଥା ଐତିହାସିକ ଶୈବପୀଠ ବେଲଖଣ୍ଡି ଠାରେ ଏଥର ଜମିନି ମେଳା, କୋଭିଡ କଟକଣା ହେତୁ କୈାଣସି ଦୋକାନ ବଜାର, ମୀନାବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ନାମଯଜ୍ଞର ଆୟୋଜନ କରାଯାଇନାହିଁ। କେବଳ ପାରମ୍ପାରିକ ରୀତିରେ ନୀତିକାନ୍ତ ମଧ୍ୟରେ ମହାପ୍ରଭୁ ଧବଳେଶ୍ୱର ଙ୍କର ମହାଶିବରାତ୍ରୀ ପୂଜା ଅର୍ଚ୍ଚନା ହେଉ ଥିବା ଦେଖିବାକୁ ମିଳିଥିଲା। ତେବେ ଅଷ୍ଟମ-ନବମ ଶତାଦ୍ଦୀର ଏଇ ଶୈବପୀଠ ଠାରେ କାହିଁ ଅନାଦି କାଳରୁ ଶିବରାତ୍ରୀ ମେଳା ଅନୁଷ୍ଠିତ ହୋଇଆସୁଥିଲା। ପ୍ରାୟ ଏକ ସପ୍ତାହ ଧରି ଏଠାରେ ମେଳା ଜମୁଥିଲା। ବିଭିନ୍ନ ମନୋହରୀ ଦୋକାନ ସମେତ ମୀନାବଜାର ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚଳଚଂଚଳ ହୋଇପଡୁଥିଲା ଧବଳେଶ୍ୱର ପୀଠ। ଅପେରା, ସଂକୀର୍ତନରେ କମୁଥିଲା ଅଂଚଳ। କେବଳ କଳାହାଣ୍ଡି ନୁହଁ ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ, ବରଗଡ ସମେତ ଛତିଶଗଡ ଅଂଚଳରୁ ଲକ୍ଷ ଲକ୍ଷ ଭକ୍ତ ଛୁଟି ଆସୁଥିଲେ ମେଳା ଦେଖିବା ପାଇଁ। ଶିବରାତ୍ରୀ ଦିନ ଭୋର ସମୟରୁ ସନ୍ଧ୍ୟା ଯାଏ ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଲମ୍ବାଧାଡି ଲାଗି ରହୁଥିଲା। ଏଇଯାତ୍ରାରୁ ସ୍ଥାନୀୟ ଅଂଚଳର ଲୋକେ ବାହାଘର ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ କିଣାବିକା କରୁଥିଲେ। ଏଥର କିନ୍ତୁ ଖାଁ ଖାଁ ଲାଗୁଛି ପରିବେଶ।ତେବେ ହଜାର ହଜାର ପଶୁପକ୍ଷୀ ବଳି ଦିଆଯାଇ ଥିବା ବେଳେ ପ୍ରଶାସନ ଦେଖିକି ମଧ୍ୟ ଚୁପଚାପ ରହି ଥିବା ଦେଖି ବାକୁ ମିଲି ଥିଲା। କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ରୁ କାମେରା ମେନ୍ ରାଜେଶ ଙ୍କ ସହିତ ଭିଷ୍ମ ସାହୁ ଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ ।