ବିରିଡି (ସଂଘର୍ଷ ମିଡିଆ ) : ବିଶ୍ୱ ରକ୍ତଦାତା ଦିବସ ଅବସରରେ ଆଜି ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ରାକେଶ ମହାନ୍ତି ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ କୋଭିଡ ପରିଚାଳନା ଅଧିକାରୀ ଡାକ୍ତର ଲୋକନାଥ ସାହୁ ଉପସ୍ଥିତ ରହି ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ଥାଏ ଅପୂର୍ବ ଆନନ୍ଦ, ତେଣୁ ବର୍ତ୍ତମାନ କୋଭିଡ ମହାମାରୀ କଠିନ ସମୟରେ ରକ୍ତ ଦାନକରି ରକ୍ତ ଅଭାବକୁ ପୁରଣ କରିବା ସହ ଅକାଳରେ ଝରିପଡୁଥିବା ରକ୍ତ ଜନିତ ମୃତ୍ୟୁକୁ ପ୍ରତିରତ କରିବାକୁ ନିବେଦନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ଶୁଭଶ୍ରୀ ପ୍ରିୟଦର୍ଶନ,ଅଶୋକ ଦାସ୍,ଭେଷଜକ ଦୀପ୍ତି କୁମାର ଦାଶ, ଷ୍ଟାଫ ନର୍ସ ନିରୁପମା ଦାଶ, ପୁଷ୍ପଲତା ଦାସ୍, ପମୁଖ ଯୋଗଦେଇ ରକ୍ତଦାନ ପାଇଁ ଆଗେଇ ଆସିବାକୁ ଆହ୍ନାନ ଦେଇଥିଲେ।ବ୍ଲକ ରକ୍ତଦାନ ସଂଯୋଜକ ସାମ୍ବାଦିକ ଅରୁଣ କୁମାର ଦାସ କାର୍ଯ୍ୟକ୍ରମରେ ସହାୟତା କରିଥିଲେ। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।