ଯୋଗ ଯୁକ୍ତ ଓ ରୋଗ ମୁକ୍ତ ହେବାକୁ ରାଷ୍ଟ୍ରପତିଙ୍କ ଆହ୍ୱାନ

36

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆଜି ପୂର୍ବାହ୍ନରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ହୀରକ ଜୟନ୍ତୀ ର ସ୍ମୃତି ଫଳଖକୁ ଉଦଘାଟନ କରି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆୟୁର୍ବେଦ ଏକ ପ୍ରାଚୀନ ଚିକିତ୍ସା।ଏହା ସମଗ୍ର ବିଶ୍ୱ ରେ ଆଦୃତ ହୋଇଛି।ଏହାକୁ ଆହୁରି ଅଧିକ ଲୋକାଭିମୁଖୀ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଦେଇଥିଲେ।ଚିକିତ୍ସକ ମାନଙ୍କୁ ଦ୍ୱିତୀୟ ଭଗବାନ ବୋଲି ବିବେଚନା କରାଯାଏ।ତେଣୁ ଚିକିତ୍ସିକ ମାନେ ଉତ୍ତମ ବ୍ୟବହାର,ସମବେଦନାପୂର୍ଣ୍ଣ ଭାଷା ଓ ସଠିକ ଚିକିତ୍ସା ଯୋଗାଇଦେଲେ ରୋଗୀ ଅନେକ ଉପଶମ ପାଇବା ସହ ଆସ୍ଥା ବଢିଥାଏ।ଆଧୁନିକ ବ୍ୟବସ୍ଥା ,ବୈଷୟିକ ଜ୍ଞାନର ପ୍ରୟୋଗ,ଗବେଷଣା ଦ୍ବାରା ଆମେ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ ହୋଇ ପାରିବା।ଅନେକ ପ୍ରକାର ଶିକ୍ଷା ଦେଶରେ ପ୍ରଚଳିତ।ତେବେ ଚିକିତ୍ସା କ୍ଷେତ୍ରଟି ପ୍ରତ୍ୟେକ ଲୋକ ମାନଙ୍କ ସହ ଜଡ଼ିତ।ଏହା ଏକ ସେବା।ଅତୀତ କୁ ଜାଣିବା, ବର୍ତ୍ତମାନ ର ସଠିକ ଉପଯୋଗ କରି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା।ଆମ ତାଳପତ୍ର ପୋଥିରେ କେବଳ ସାହିତ୍ୟ ନୁହେଁ ଚିକିତ୍ସା ପଦ୍ଧତି ର ଉଲ୍ଲେଖ ରହିଛି ଯାହା ଗବେଷଣା ହେବା ସହ ଲୋକ ଙ୍କୁ ସୁଫଳ ଦେଇ ପାରିବ।ସେହିପରି ଆଦିବାସୀ ସମ୍ପ୍ରଦାୟ ରେ ରହିଥିବା ଅନେକ ପାରମ୍ପରିକ ଚିକିତ୍ସା ସମ୍ପର୍କରେ ମଧ୍ୟ ଗବେଷଣା ଓ ଅନୁଧ୍ୟାନ ହେବା ଜରୁରୀ ବୋଲି ସେ କହିଥିଲେ।ଗୋପବନ୍ଧୁ ଥିଲେ ତ୍ୟାଗ ଓ ସେବା ର ମୂର୍ତ୍ତିମନ୍ତ ପ୍ରତୀକ।ତାଙ୍କରି ସେବା ଓ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ। ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମୁଖ ରାସ୍ତାକୁ ଧନ୍ବନ୍ତରୀ ନାମରେ ନାମକରଣ ପାଇଁ ରହିଥିବା ପ୍ରସ୍ତାବ କୁ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ମାଧ୍ୟମରେ କରାଯାଇ ପାରିବ ବୋଲି ରାଷ୍ଟ୍ରପତି ସୂଚନା ଦେଇଥିଲେ।ରାଜ୍ୟପାଳ ରଘୁବର ଦାସ ଯୋଗ ଦେଇ ଆୟୁର୍ବେଦ ଗୌରବ ର ପ୍ରତୀକ ସହ ସ୍ବାସ୍ଥ୍ୟ ରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଛି ବୋଲି କହିଥିଲେ।ଆମ ପାରମ୍ପରିକ ଯୋଗ ଓ ଆୟୁର୍ବେଦ ସମଗ୍ର ବିଶ୍ବକୁ ପ୍ରଭାବିତ କରିଛି।କୋଭିଡ ସମୟରେ ଜଡି ବୁଟି କାଢା ପିଇବା ଦ୍ଵାରା ରୋଗ ପ୍ରତିରୋଧ ଶକ୍ତି ବଢିବା ସହ ଲୋକ ମାନେ ସୁସ୍ଥ ହୋଇ ଥିଲେ ବୋଲି ରାଜ୍ୟପାଳ ସୂଚନା ଦେଇଥିଲେ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଆୟୁର୍ବେଦ ଏକ ପ୍ରାଚୀନ ଚିକିତ୍ସା ହେଲେ ମଧ୍ୟ ଲୋକ ମାନଙ୍କ ଆସ୍ଥା ଭାଜନ ହୋଇ ପାରିଛି।ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୨୦୧୪ ମସିହା ଠାରୁ ଆୟୁଷ ନାମରେ ଏକ ସ୍ବତନ୍ତ୍ର ମନ୍ତ୍ରାଳୟ ଖୋଲିବା ବ୍ୟବସ୍ଥା କରିଥିଲେ।ଯାହା ଆଜି ବ୍ୟାପକ ହୋଇ ପାରି ସମଗ୍ର ବିଶ୍ବରେ ଆଦୃତ ହୋଇପାରିଛି।୧୯୪୯ ରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ପରଠାରୁ ହଜାର ହଜାର ଛାତ୍ର ଛାତ୍ରୀ ଚିକିତ୍ସକ ହୋଇ ସେବା ରେ ବ୍ରତୀ ଅଛନ୍ତି ଓ ଅନୁଷ୍ଠାନର ସୁନାମ ବଢାଇଛନ୍ତି।ମହାପ୍ରଭୁଙ୍କ ଅଣସର ଚିକିତ୍ସା ହେଉ ବା ଲକ୍ଷ୍ମଣଙ୍କୁ ମୂର୍ଛାରୁ ଜାଗ୍ରତ କରିବା ଚିକିତ୍ସାରେ ଆୟୁର୍ବେଦର ଭୂମିକା ଗୁରୁତ୍ୱପୂର୍ଣ୍ଣ ।କୋଭିଡ ସମୟରେ ଆୟୁର୍ବେଦ ଚିକିତ୍ସା ଲୋକ ମାନଙ୍କୁ ପ୍ରଭାବିତ କରି ପାରିଥିଲା।ଯୋଗ ଦିବସ ପାଳନ ସହ ଧନ୍ବନ୍ତରୀ ଦିବସ ପାଳନ ଆମକୁ ସୁସ୍ଥ ରଖିବାରେ ସହାୟକ ହେଉଛି ବୋଲି କହିବା ସହ ନୂତନ ଚିକିତ୍ସାଳୟର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଗଣପତ ରାଓ ଯାଦବ ଚରକ,ଶୁଶ୍ରୁତ,ଧନ୍ବନ୍ତରୀ ଇତ୍ୟାଦି ସମ୍ପର୍କରେ ସୂଚନା ଦେଇ ଆୟୁର୍ବେଦ ବହୁ ପ୍ରାଚୀନ ଚିକିତ୍ସା।ପ୍ରଧାନମନ୍ତ୍ରୀ ଙ୍କ ଲକ୍ଷ୍ୟ ଆୟୃର୍ବେଦକୁ ପ୍ରାଧାନ୍ୟ ଦେବା ଯାହା ସାଧାରଣ ଲୋକ ଙ୍କୁ ସହଜ ଓ ସୁବିଧା ରେ ଚିକିତ୍ସା ଯୋଗାଇ ଦେବ।ମାଟି, ବାୟୁ ଜଳ ପ୍ରଦ୍ୟୁଷଣ ବୃଦ୍ଧି ପାଉଛି।ଯାହା ପ୍ରକୃତି କୁ ନଷ୍ଟ କରୁଛି।ପ୍ରକୃତି ସହ ଆମର ଘନିଷ୍ଠ ସମ୍ପର୍କ ରହିଛି।ତେଣୁ ପ୍ରକୃତି ପରୀକ୍ଷା ସହ ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ଯେପରି ଆରୋଗ୍ୟ ପହଞ୍ଚି ପାରିବ ତାହା ଆମର ଲକ୍ଷ୍ୟ ବୋଲି ସେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ଲୋକ ସଭା ସାଂସଦ ଡା ସମ୍ବିତ ପାତ୍ର, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।ପ୍ରାରମ୍ଭରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡା ଅରୁଣ କୁମାର ଦାସ ସମସ୍ତଙ୍କୁ ସ୍ବାଗତ ସହ ମହାବିଦ୍ୟାଳୟ ସମ୍ପର୍କରେ ଆଲୋକପାତ କରିବା ସହ ମହାବିଦ୍ୟାଳୟ ସମ୍ମୁଖ ରାସ୍ତା କୁ ଧନ୍ବନ୍ତରୀ ରାସ୍ତା ନାମରେ ନାମିତ ପାଇଁ ପ୍ରସ୍ତାବ ଦେଇଥିଲେ।ଏହି ଅବସରରେ ରାଷ୍ଟ୍ରପତି ମହାବିଦ୍ୟାଳୟ ର ମୁଖପତ୍ର ସ୍ମୃତି ସୁଧା ର ଲୋକାର୍ପଣ କରିଥିଲେ।ମୃତ୍ୟୁଞ୍ଜୟ ରଥ ମଞ୍ଚ ସଂଚାଳନ କରିଥିଲେ।ପରେ ବିଶେଷଜ୍ଞ ମାନଙ୍କ ଦ୍ଵାରା ଆଲୋଚନା ଚକ୍ର ଅନୁଷ୍ଠିତ ସହ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More