ଯୁକ୍ତ ୨ ବିଜ୍ଞାନ, କଳା ଓ ବାଣିଜ୍ୟ ପରିକ୍ଷାରେ ଛାତ୍ରୀଛାତ୍ର ମାନଙ୍କ ସଫଳତା

33

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : — ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧିନ ଜିଲ୍ଲା ଅନୁସୁଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ +୨ ବିଜ୍ଞାନ ରେ ବିଦ୍ୟାଳୟ ରୁ ୧୧୯ ଜଣ ଛାତ୍ରୀ ଙ୍କ ମଧ୍ୟରୁ ୧୦୬ ଜଣ ଛାତ୍ରୀ ପାସ କରିଛନ୍ତି | ଏଥିରେ ୧୧ ଜଣ ପ୍ରଥମ, ୨ୟ ଶ୍ରେଣୀରେ ୪୪ ଜଣ ଓ ୩ୟ ଶ୍ରେଣୀରେ ୫୧ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟରେ ୮୯ ପ୍ରତିଶତ ପରିକ୍ଷା ଫଳ ହୋଇଛି | ଏହି ବିଦ୍ୟାଳୟର ଛାତ୍ରୀ ଧରିତ୍ରୀ ପୂଜାରୀ ୪୩୪ ନମ୍ବର ବା ୭୨ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇଛନ୍ତି l ସେହିପରି ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ କଳା ବିଭାଗରେ ୨୯୨ ଜଣ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ୨୫୨ ଛାତ୍ର ଛାତ୍ରୀ ପାସ କରିଛନ୍ତି | ଏଥିରେ ୭ ଜଣ ପ୍ରଥମ, ୨ୟ ଶ୍ରେଣୀରେ ୨୩ ଜଣ ଓ ୩ୟ ଶ୍ରେଣୀରେ ୨୨୨ ଜଣ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟରେ ୮୮॰୪୨ ପ୍ରତିଶତ ପରିକ୍ଷା ଫଳ ହୋଇଛି | ଏହି ବିଦ୍ୟାଳୟର ଛାତ୍ର ବିଷ୍ଣୁ ଗଣ୍ଡ ୪୨୪ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇଛନ୍ତି |+୨ ବାଣିଜ୍ୟ ବିଭାଗରେ ୪୬ ଜଣ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ୪୪ ଛାତ୍ର ଛାତ୍ରୀ ପାସ କରିଛନ୍ତି | ଏଥିରେ ୨ ଜଣ ପ୍ରଥମ, ୨ୟ ଶ୍ରେଣୀରେ ୯ ଜଣ ଓ ୩ୟ ଶ୍ରେଣୀରେ ୩୩ ଜଣ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟରେ ୯୭.୭୭ ପ୍ରତିଶତ ପରିକ୍ଷା ଫଳ ହୋଇଛି | ଏହି ବିଦ୍ୟାଳୟର ଛାତ୍ରୀ ଭବାନୀ ପୂଜାରୀ ୪୩୧ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇଛନ୍ତି |+୨ ବିଜ୍ଞାନ ବିଭାଗରେ ୩୮ ଜଣ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ୩୫ ଛାତ୍ର ଛାତ୍ରୀ ପାସ କରିଛନ୍ତି | ଏଥିରେ ୨ୟ ଶ୍ରେଣୀରେ ୪ ଜଣ ଓ ୩ୟ ଶ୍ରେଣୀରେ ୩୧ ଜଣ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟରେ ୯୭.୨୨ ପ୍ରତିଶତ ପରିକ୍ଷା ଫଳ ହୋଇଛି | ଏହି ବିଦ୍ୟାଳୟର ଛାତ୍ରୀ ଜ୍ୟୋତିରାଣୀ ଖୁରା ୩୩୨ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇଛନ୍ତି |ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More