ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳା ପାଇଁ ‌ଜଣେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ , ମେଡିକାଲ ପରିସରରେ ଉତ୍ତେଜନା

51

Get real time updates directly on you device, subscribe now.

ଯାଜପୁର ( ସଂଘର୍ଷ ମିଡିଆ ) : ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳା ପାଇଁ ‌ଜଣେ ରୋଗୀଙ୍କ ମୃତ ହୋଇଥିବା ଖବର ହସ୍ତଗତ ହୋଇଛି l ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ପୁଲିସ ପହଞ୍ଚିବା ପରେ  ପରିସ୍ଥିତି ଶାନ୍ତ ପଡିଥିଲା । ସୂଚନା ଯୋଗ୍ୟ ଯାଜପୁର ପୌରାଞ୍ଚଳ ବଡଶାସନ ଅନ୍ତର୍ଗତ କପିଳେଶ୍ବରପୁର ଗ୍ରାମର ବିଷ୍ଣୁ ପଲେଇ ସକ‌ାଳେ ନିଶ୍ବାସପ୍ରଶ୍ବାସରେ ସମlସ୍ୟା ହେବାରୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ। ତେବେ ସାଲାଇନ ଓ ଅକ୍ସିଜେନ ସହଯୋଗରେ ସେ ଧୀରେ ଧୀରେ ସୁସ୍ଥ ହୋଇଥିଲେ। ପରେ ଡାକ୍ତରଖାନା ପକ୍ଷରୁ ତାଙ୍କ  ଅକ୍ସିଜେନ ଆବଶ୍ୟକତା ନଥିବା କହି କାଢ଼ି ଦିଆଯାଇଥିଲା। କିନ୍ତୁ ରୋଗୀ ଅକ୍ସିଜେନ ଲଗାଇ ରଖିବାକୁ କହିଥିଲେ। ପରେ  ହଠାତ୍ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଗଲାl ଡାକ୍ତର ରୋଗୀ ଗୁରୁତର କହି କଟକ ସ୍ଥାନାନ୍ତରିତ କରି ଦେଇଥିଲେ। ତେବେ ରୋଗୀ ଜଣକ ଆମ୍ବୁଲାନସକୁ ଯିବା ପୂର୍ବରୁ ମୃତ୍ୟୁ ବରଣ କରିଥିଲେ। ଯାହାକୁ ନେଇ ମୃତକଙ୍କ ପରିବାର ଲୋକ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ କରିଥିଲେ । ଖବର ପାଇଁ ଟାଉନ ପୁଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ସହ ଏନେଇ ଥାନାରେ ଅଭିଯୋଗ କରିବାକୁ କହିଥିଲେ। ପରେ ତାଙ୍କ ପରିବାର ପକ୍ଷରୁ ଟାଉନ ଥାନାରେ ଯାଜପୁର ମୁଖ୍ୟଚିକିତ୍ସାଳୟରେ ‌ଡାକ୍ତରଙ୍କ  ତ୍ରୁଟିପୂର୍ଣ୍ଣ ସେବା ପାଇଁ  ରୋଗୀ ମୃତ୍ୟୁବରଣ କରିଥିବା ଅଭିଯୋଗ କରାଯାଇଛି।(ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରମେଶ ଦ୍ବିବେଦୀଙ୍କ ରିପୋର୍ଟ)

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More