ମୋ ସରକାର ପକ୍ଷରୁ ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

45

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋ ସରକାର ପକ୍ଷରୁ ନିଆଗଲା କାର୍ଯ୍ୟାନୁଷ୍ଠାନ। ଭଣ୍ଡାରିପୋଖରୀ ତହସିଲ କାର୍ଯ୍ଯାଳୟର ଅତିରିକ୍ତ ତହସିଲଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି  କାର୍ଯ୍ୟରୁ ହଟାଗଲା। ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ତହସିଲର ଅତିରିକ୍ତ ତହସିଲଦାର ଶରତ କୁମାର ସ୍ଵାଇଁ, ତହସିଲ କାର୍ଯ୍ୟାଳୟରେ ହିତାଧିକାରୀ ମାନଙ୍କୁ ଜାତିଗତ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଅହେତୁକ ବିଳମ୍ବ କରୁଥିବା ନେଇ ନାଗରିକ ମାନଙ୍କ ମାଧ୍ୟମରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ମୋ ସରକାରଙ୍କ ଠାରେ ଅଭିଯୋଗ ହେବାନେଇ  ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ତେଣୁ ଏହାକୁ ଭିତ୍ତିକରି ତୁରନ୍ତ ଅତିରିକ୍ତ ତହସିଲଦାର ଶରତ କୁମାର ସ୍ଵାଇଁଙ୍କୁ ତାଙ୍କ କାର୍ଯ୍ୟରୁ ବିରତ କରାଯାଇ  ପ୍ରଶାସନ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ହେଲେ ପ୍ରଶାସନ ପକ୍ଷରୁ ଏନେଇ ଟୁଇଟ କରିଥିବା ବେଳେ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More