ମୋହନା ନିର୍ବାଚନ ମଣ୍ଡଳୀରେ ପୋଲିଙ୍ଗ ଅଧିକାରୀ ମାନେ ନିଜ ନିଜ ପୋଲିଙ୍ଗ କେନ୍ଦ୍ରକୁ ଗସ୍ତ

21

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟ ପରିସରରେ ଜିଲ୍ଲାର ବିଧାନସଭା ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ସକାଶେ ପୋଲିଙ୍ଗ ଅଧିକାରୀ ପୋଲିଙ୍ଗ ସାମଗ୍ରୀ ଧରି ନିଜର ପୋଲିଙ୍ଗ କେନ୍ଦ୍ର କୁ ଯିବାର ବ୍ୟବସ୍ଥା ରହିଛି।ତେର ତାରିଖ ଦିନ ହେବାକୁ ଥିବା ନିର୍ବାଚନ ସକାଶେ ଆଜି ମୋହନା ନିର୍ବାଚନ ମଣ୍ଡଳୀର ପୋଲିଙ୍ଗ ଅଧିକାରୀମାନେ ନିର୍ବାଚନ ସାମଗ୍ରୀ ଧରି ନିଜ ନନିଜର ପୋଲିଙ୍ଗ କେନ୍ଦ୍ରକୁ ଗସ୍ତ କରିଛନ୍ତି।ସେହିଭଳି ଆସନ୍ତା କାଲି ପାରଳାଖେମୁଣ୍ଡି ବିଧାନସଭା ଆସନ ସକାଶେ ପୋଲିଙ୍ଗ ଅଧିକାରୀ ମାନେ ନିର୍ବାଚନ ସାମଗ୍ରୀ ଧରି ନିଜର ପୋଲିଙ୍ଗ କେନ୍ଦ୍ରକୁ ଗସ୍ତ କରିବେ।ଏହି ନିର୍ବାଚନ କାର୍ଯ୍ୟରେ ସରକାରୀ ଓ ବେସରକାରୀ କର୍ମଚାରୀ 4000ରୁ ଉର୍ଦ୍ଧ୍ବ ନିୟୋଜିତ ହୋଇ ଥିବାର ସୂଚନା ମିଳିଛି।ଗଜପତି ଜିଲ୍ଲାରେ ସମୁଦାୟ 573 ଗୋଟି ପୁଲିଙ୍ଗ ସେଣ୍ଟର ରହିଛି। ଗଜପତିରୁ ବିବେକାନନ୍ଦ ବେହେରା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More