ମୃତ ନିର୍ମାଣ ଶ୍ରମିକଙ୍କ ପରିବାରକୁ ସହାୟତା ପ୍ରଦାନ

71

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମୃତ ନିର୍ମାଣ ଶ୍ରମିକଙ୍କ ନିକଟ ସମ୍ପର୍କୀୟଙ୍କୁ ସହାୟତା ପ୍ରଦାନ କରିଛନ୍ତି । ଶ୍ରମ ଓ ରାଜ୍ୟ ବୀମା ବିଭାଗ ଅନ୍ତର୍ଗତ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ୨୬୯ ଜଣ ହିତାଧିକାରୀଙ୍କୁ ମୋଟ ୨,୭୯,୬୦,୦୦୦ ଟଙ୍କାର ମୃତ୍ୟୁ କାଳୀନ ସହାୟତା ଜିଲ୍ଲାପାଳ ପ୍ରଦାନ କରିଥିଲେ । ଏହି ସହାୟତା ପ୍ରଦାନ ସମୟରେ ମଣ୍ଡଳ ଶ୍ରମ ଆୟୁକ୍ତ, ଜିଲ୍ଲା ଶ୍ରମ ଅଧିକାରୀ, ସହକାରୀ ଶ୍ରମ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More