ପଟ୍ଟାମୁଣ୍ଡାଇ ( ସଂଘର୍ଷ ମିଡିଆ ) : ପଟ୍ଟାମୁଣ୍ଡାଇ ବ୍ଲକ ଓଉପଦା ପଞ୍ଚାୟତ ନିକଟସ୍ଥ ବିଲପୋଖରିଆ ପଡା ଅଙ୍ଗନୱାଡ଼ି କେନ୍ଦ୍ରରେ ମା ଅମ୍ବିକା ୟୁଥ୍ କ୍ଳବ୍ ତରଫରୁ ଜନମଙ୍ଗଳ ଉଦେଶ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ପଟ୍ଟାମୁଣ୍ଡାଇ ଭାରପ୍ରାପ୍ତ ଅଧିକାରୀ ରାକେଶ କୁମାର ତ୍ରିପାଠୀ ଯୋଗଦେବା ସହିତ ଫିତାକାଟି ଉଦଘାଟନ କରିଥିଲେ। ଏହି ମହତ୍ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ଯୁବ ନଗର ସଭାପତି ମିଟୁ ମନୋଜ ନାୟକ ଓ ସ୍ଥାନୀୟ ଓଉପଦା ସରପଞ୍ଚ ସୁବାସ ଖଟୁଆ ଯୋଗଦେଇ ଏଭଳି ମହାନ କାର୍ଯ୍ୟକୁ ଆଗାମୀ ଦିନରେ ବଜାଇ ରଖିବା ପାଇଁ ପରାମର୍ଶ ଦେଇଥିଲେ ଓ କହିଥିଲେ ମା ଅମ୍ବିକା ୟୁଥ୍ କ୍ଳବ୍ ତରଫରୁ ଏହି ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ଆମେ ଗର୍ବିତ। ରକ୍ତ ଅଭାବରୁ ଯେଉଁ ରୋଗୀମାନ ବଞ୍ଚିବା ପାଇଁ ମେଡିକାଲ ବେଡ଼ରେ ଛଟପଟ ହେଉଛନ୍ତି ଆଗାମୀ ଦିନରେ ଏହି ରକ୍ତଦ୍ଵାରା କିଛି ରୋଗୀମାନେ ନିଶ୍ଚୟ ଉପକୃତ ହେବେ ବୋଲି କହିଥିଲେ। ଉପସ୍ଥିତ ଥିବା ସମସ୍ତ ଅତିଥିମାନେ ମା ଅମ୍ବିକା ୟୁଥ୍ କ୍ଳବ୍ ର ସମସ୍ତ ସଭ୍ୟ ଓ ସଭାପତି, ସଂପାଦକ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ। (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)