ଜଗତସିଂହପୁର ( ସଂଘର୍ଷ ମିଡିଆ ) : – ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଜାମୁଗାଁ ପଞ୍ଚାୟତର ନନ୍ଦିଗ୍ରାମ ଠାରେ ନନ୍ଦିକେଶ୍ବର ୟୁଥକ୍ଲବ ଓ ମା ପାଟ କୁମାରୀ ହେଲଥ୍ ଫାଉଣ୍ଡେସନ୍ର ମିଳିତ ଆନୁକୁଲ୍ୟରେ କେୟାର ନେତ୍ରମ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିରରେ ଆଖି ପରୀକ୍ଷା ସହିତ ମାଗଣାରେ ଚଷମା ପ୍ରଦାନ କରାଯାଇଛି। ମୋତିଆବିନ୍ଦୁ ମାନଙ୍କୁ ଚିହ୍ନଟ କରାଯାଇ ମାଗଣାରେ ଅସ୍ତ୍ରପ୍ରଚାର କରାଯିବାର ବ୍ୟବସ୍ଥା କରାଯାଇଛି। ଏହି ଶିବିରରେ ପାଖାପାଖି ୧୦୦ ଜଣରୁ ଉର୍ଦ୍ଧ୍ବ ଲୋକ ନିଜର ନାମ ପଞ୍ଜୀକରଣ କରିଥିବା ନନ୍ଦିକେଶ୍ଵର ୟୁଥକ୍ଲବ ପକ୍ଷରୁ ସୂଚନା ଦିଆଯାଇଛି।ଏହି ଶିବିରକୁ ନନ୍ଦିକେଶ୍ଵର ୟୁଥକ୍ଲବର ଅନିରୁଦ୍ଧ ପାଢି, ରମାକାନ୍ତ ପାଢି, ଆଶିଷ୍ କୁମାର ବିଶ୍ଵାଳ, ବାସୁଦେବ ପାଢି, ସୌଭାଗ୍ୟ ପରିଡା, ବିଭୁତି ଭୂଷଣ ଦାସ, ଧୃତି ଅପାର ଦାସ, ମା ପାଟ କୁମାରୀ ହେଲଥ୍ ଫାଉଣ୍ଡେସନ୍ ପକ୍ଷରୁ ଅନ୍ତର୍ଯ୍ୟାମୀ ସାମଲ, ପ୍ରକାଶ ରାଉତ ଓ କେୟାର ନେତ୍ରମ ପକ୍ଷରୁ ସତ୍ୟବାନ୍ ନାୟକ ପରିଚାଳନା କରୁଥିଲେ। ନାଉଗାଁରୁ ତାପସ କୁମାର ଦାସଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।