ମାଲକାନଗିରି(ସଂଘର୍ଷ ମିଡିଆ ) : —ପାହାଡ ଚଢିଲେ, ସ୍ୱାସ୍ଥ୍ୟ ସେବା ଯୋଗାଇ ଫେରିଲେ । ମାଓ ଇଲାକାର ଗାଁ କୁ ଗାଁ ଯାଇ କରୋନା ପରୀକ୍ଷା କଲେ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଖଟୁଆପଦର ପାହାଡି ଗାଁରେ ପହଂଚି ସ୍ୱାସ୍ଥ୍ୟ କ୍ୟାମ୍ପ କରିଛି ମାଥିଲି ମେଡିକାଲ ଟିମ୍ ।ସ୍ୱତନ୍ତ୍ର ୧୨ ଜଣିଆ ସ୍ୱାସ୍ଥ୍ୟ ଟିମ୍ ୧୨ କିଲୋମିଟର ପାଦ ଚଲା ପାହାଡିଆ ରାସ୍ତାର ଘଂଚ ଜଙ୍ଗଲ ଅତିକ୍ରମ କରି ଖଟୁଆପଦର ଗାଁରେ ପହଂଚିଥିଲେ । ସେଠାରେ ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ କରୋନା ପରୀକ୍ଷା ମଧ୍ୟ କରାଯାଇଛି । ତେବେ ସମସ୍ତ କରୋନା ରିପୋର୍ଟ ନେଗେଟିଭ ରହିଛି । ଏଥିରୁ ମ୍ୟାଲେରିଆରେ ଆକ୍ରାନ୍ତ ୨ ଗ୍ରାମବାସୀ ଚିହ୍ନଟ ହୋଇଛନ୍ତି । ବିଭିନ୍ନ ରୋଗରେ ପୀଡିତଙ୍କୁ ମାଗଣା ଔଷଧ ଯୋଗାଇଛି ସ୍ୱାସ୍ଥ୍ୟ ଟିମ୍ । ମାଥିଲି ସବଡିଭିଜନ ମେଡିକାଲ ଭାରପ୍ରାପ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅମୀୟ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ଗାଁରେ ପହଂଚିଥିଲା ଏହି ଟିମ୍ । କରୋନା ସମ୍ପର୍କରେ ସଚେତନତା କରିବା ସହ ଗାଁ ଲୋକଙ୍କୁ ମାସ୍କ ପିନ୍ଧାଇଥିଲେ ଡାକ୍ତର ଅମୀୟ । ମାଲକାନଗିରିରୁ ସତ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।