ମହିଳାଙ୍କୁ ଦୁଷ୍କର୍ମ ଓ ଶିଶୁ ବିକ୍ରି ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଓଡିଶା ସୂଚନା ଅଧିକାର କର୍ମୀଙ୍କ ଦ୍ୱାରା ସାମ୍ବାଦିକ ସମିଳନୀ
କେନ୍ଦ୍ରାପଡ଼ା(ସଂଘର୍ଷ ମିଡିଆ ) : – ମହାକାଳପଡା ବ୍ଲକ ପାଟଳିପଙ୍କ ଗ୍ରାମରେ ଥିବା ଲୁଥେରାନ ମହିଳା ସମିତି ରେ ଚାଲିଥିବା ଦିବ୍ୟାଙ୍ଗ ଓ ନାବାଳିକା ଝିଅ ମାନଙ୍କ ସହିତ ଅନୈତିକ କାର୍ଯ୍ୟ ଓ ସମିତିରେ ଜଣେ ଦିବ୍ୟାଙ୍ଗ ମହିଳା କର୍ମଚାରୀଙ୍କ ସହିତ ସମିତିର ସଭାନେତ୍ରୀଙ୍କ ଭାଇଙ୍କ ଦୁଷ୍କର୍ମ ଓ ଶିଶୁ ପୁତ୍ର ଚୋରା ଚାଲାଣ ହେବା ଘଟଣା ବର୍ତମାନ ପର୍ଯ୍ୟନ୍ତ ଉକ୍ତ ଘଟଣାଟିର ତଦନ୍ତ ଠିକ ଭାବରେ ନହେବା ସହ ତଦନ୍ତ ବାଟବଣା ହୋଇଛି ଯାହା ସାଧାରଣରେ ଚିନ୍ତାର ବିଷୟ . ସର୍ବପରି ପ୍ରଶାସନ ସବୁକିଛି ଜାଣି ମଧ୍ୟ ନିରବଦ୍ରଷ୍ଟା ସାଜିଥିବା ବେଳେ ଆସାମୀ ମାନେ ଖୁଲମ ଖୁଲା ଭାବେ ବାହାରେ ବୁଲୁଛନ୍ତି. ପୀଡ଼ିତାକୁ ଆଜି ପର୍ଯ୍ୟନ୍ତ ନ୍ୟାୟ ନମିଳିବା ଫଳରେ ଓଡିଶା ସୂଚନା ଅଧିକାରର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ କୋଟି କୋଟି ସରକାରୀ ଟଙ୍କା ଆତ୍ମ ସାତ ସାଙ୍ଗକୁ ପୀଡିତା ପ୍ରତି ହୋଇଥିବା ଅନ୍ୟାୟକୁ ପ୍ରତିବାଦ କରି ଆଜି କେନ୍ଦ୍ରାପଡ଼ା ପ୍ରେସ କ୍ଲବରେ ଏକ ସାମ୍ବାଦିକ ସମିଳନୀ ଡାକି କିପରି ପୀଡିତାଙ୍କୁ ନ୍ୟାୟ ମିଳିପାରିବା ସହ ଦୋଷୀକୁ ଦଣ୍ଡ ମିଳିପାରିବ ଉକ୍ତ ବିଷୟରେ ଆଲୋଚନା କରିଥିଲେ .ଏହି ସାମ୍ବାଦିକ ସମିଳନୀରେ ପୀଡିତାଙ୍କ ଭାଇ ନିବାସ ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ଅମରବର ବିଶ୍ୱାଳଙ୍କ ସହ ଜିଲ୍ଲାର ପ୍ରିଣ୍ଟ ମେଡ଼ିଆ ଠାରୁ ଆରମ୍ଭ କରି ୱେବ ମିଡ଼ିଆ ପର୍ଯ୍ୟନ୍ତ ଏହି ସାମ୍ବାଦିକ ସମିଳନୀରେ ଉପସ୍ଥିତ ଥିଲେ .:। କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ବଳରାମ ବେହେରା ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।