ନରସିଂହପୁର(ସଂଘର୍ଷ ମିଡିଆ ) : ସମାଜର ଅବହେଳିତ, ନିଷ୍ପେସିତ,ଅସହାୟ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ଆଗେଇ ଆସିଛି ସୁଦୂର ଭିଏତନାମର (FDI logistics)
ଏଫ୍ ଡ଼ି ଆଇ ଲଜିଷ୍ଟିକ୍ ସଂଗଠନ ଏହି ସଂଗଠନ ମୁଖ୍ୟ Miss lien ମିସ୍ ଲିଏନ୍ଙ୍କ ସହଯୋଗରେ ଓଡ଼ିଶାର ନରସିଂହପୁର ବ୍ଲକରୁ ଆରମ୍ବ ହୋଇଛି ଏହି କାର୍ଯ୍ୟକ୍ରମ ସଂଗଠନ ର ସଂଯୋଜକ ଅକ୍ଳେଶ ବିଭୁଦତ୍ତ ଏବଂ ପୱନ୍ କୁମାର ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ନରସିଂହପୁର ତହସିଲଦାର ଆଲୋକ ରଞ୍ଜନ ଦେହୁରୀ, ନିଜିଗଡ଼ ସରପଞ୍ଚ ପ୍ରଭାକର ମିଶ୍ର, ନରସିଂହପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କୁଳମଣି ବାରିକି,ସାର୍ପ ସଂଗଠନ ସମ୍ପାଦକ ବିଜୟ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଡମସାହି,ନିଜିଗଡ଼ ଏବଂ ନିଜିଗଡ଼ ବାଲିସାହିରେ ଗରିବ ଲୋକମାନଙ୍କୁ ଚାଉଳ, ଆଳୁ,ପିଆଜ, ଡାଲି,ମସଲା,ବିସ୍କୁଟ,ସୋୟା ବଡ଼ି,ଏବଂ ମାସ୍କ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମକୁ ସଂଗଠନ ସଂଯୋଜିକା ସସେମେରା ମିଶ୍ର ଏବଂ ସାମ୍ବାଦିକ ଅଜୟ କୁମାର ପଣ୍ଡା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ନରସିଂହପୁର ଏବଂ ଓଡ଼ିଶାରେ ଏଇଭଳି ଅନେକ ଜନହିତକର ସାମାଜିକ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସଂଗଠନର ମୁଖ୍ୟ ମିସ୍ ଲିଏନ୍ କହିଛନ୍ତି। ବିଦ୍ର: କାହାକୁ କିଛି ଜିନିଷ ଦେଇକି ଫଟୋ ଉଠେଇବା ଆମ ଉଦେଶ୍ୟ ନୁହେଁ କିନ୍ତୁ ଯେହତୁ ଏକ ସଂସ୍ଥା ଏହାକୁ ଦେଉଛି ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେଲା କି ନାହିଁ ତାହାର ବିଶ୍ୱସନିୟତା ପାଇଁ ମାତ୍ର କିଛି ଫଟୋ କିନ୍ତୁ ଯେଉଁମାନେ ପ୍ରକୃତ ଯୋଗ୍ୟ ବ୍ୟକ୍ତି ସେମାନଙ୍କ ଘର ଘର ବୁଲି ସେମାନଙ୍କୁ ଦିଆଯାଉଛି ।
Get real time updates directly on you device, subscribe now.
Prev Post