ନରସିଂହପୁର(ସଂଘର୍ଷ ମିଡିଆ ) : -ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ଆସିଥିଲାବେଳେ ଗ୍ରାମଞ୍ଚଳକୁ ବ୍ୟାପିବାରେ ଲାଗିଛି। । ନରସିଂହପୁର ଅଞ୍ଚଳରେ ଚିନ୍ତା ବଢ଼ାଉଛି କରୋନା ରୋଗ । ଅକାଳରେ ଜୀବନ ନେଉଛି କରୋନା ରୋଗ । ଆଠ ଜଣଙ୍କର ମୃତ୍ୟୁ ହୋଇ ସାରିଲା ପରେ ବି ଏଠି କେହି କାହାରିକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି ।ଅମାନିଆଙ୍କୁ ସାବାଡ଼ କରିବାରେ ପୋଲିସ ପ୍ରଶାସନ ଏଠି ଦୁର୍ବଳ । ହୁ ହୁ ହୋଇ କରୋନା ସଂକ୍ରମଣ ବଢିବା ସହ କରୋନା ମାନଚିତ୍ରରେ ରଙ୍ଗ ବଦଳାଉଛି ବଡମ୍ବା ନରସିଂହପୁର ଅଞ୍ଚଳ । ଗୋଟିଏ ପରେ ଗୋଟିଏ ଗ୍ରାମ ଏବେ ରେଡ ଜୋନ ତ କେଉଁଠି କଣ୍ଟେନ ମେଣ୍ଟ ଜୋନ । କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିସାହି ପଂଚାୟତ ନୂଆଗାଁ ବାଲିସାହି ଗ୍ରାମର ନୂଆଗାଁରେ 14 ଜଣଙ୍କର ବାହାରିଲା ପରେ ପଜିଟିବ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ସାଙ୍ଗକୁ ଏବେ କାୟା ବିସ୍ତାର କରିବାରେ ଲାଗିଲାଣି । ନରସିଂହପୁର ପ୍ରଶାସନ ଏହାକୁ ଆଖି ଆଗରେ ରଖି ବାଲିସାହି ପଂଚାୟତ ର ସରପଞ୍ଚପ୍ରାଥୀନି ଶ୍ରୀମତି ଭାଗ୍ୟଲକ୍ଷ୍ମୀ ଓଝା ଓ ସମିତିସଭ୍ୟ ଶକ୍ତି ପ୍ରସାଦ ମିଶ୍ର ସମସ୍ତେ ମିଶି ନୂଆ ଗାଁ ବାଲିସାହି ଗ୍ରାମକୁ ସୁରକ୍ଷିତ ରଖିବା ପାଇଁ ଆଜି ଗ୍ରାମକୁ ବାଦ୍ୟ ଯନ୍ତ୍ର ସାହାଯ୍ୟରେ ପଚାର କରି ଗ୍ରାମକୁ ରେଡ ଜୋନ ଭାବରେ ଘୋଷଣା କରିଛନ୍ତି ।