ମହାପ୍ରଭୂଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

63

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ମହାପ୍ରଭୂଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ରଥ ଖଳାରେ ୪୨ ତୁମ୍ବ ଗୋଲେଇ ସରିଛି। ଆଜି ଠାରୁ ରଥ ଖଳାରେ ତୁମ୍ବରେ ସୂତା ବାଡ଼ିଆ ହେଉଚି। ଏଥିରେ ପାହି ମହାରଣା ଓ ସୁତାର ମହାରଣାଙ୍କ ପ୍ରମୁଖଭୂମିକା ରହିଚି। ଆଜି ତୁମ୍ବରେ ବିନ୍ଧଅନୁକୂଳ ହୋଇଚି। ତିନି ରଥରମୁଖ୍ୟ ବିଶ୍ୱକର୍ମା ବିନ୍ଧ ଅନୁକୂଳ କରିଚନ୍ତି । ବିନ୍ଧ ଅନୁକୂଳ ପରେ ଅନ୍ୟାନ୍ୟ କାର୍ଯ୍ୟ ଆଗେଇବ। ଏହା ପରେ ଭୋଈ ସେବକ ମାନେ ଜନ୍ତା ଗାଡ ରେ ସିଙ୍ଗଡ଼ା ବାଡିଆ କାର୍ଯ୍ୟ କରିବେ। ଆଗାମୀ ନୃସିଂହ ଚତୁର୍ଦ୍ଦଶୀ ରୁ ରୂପକାର ସେବକ ମାନେ କୋଣ ଗୁଜ ଖୋଦେଇ ଶୁଭାରମ୍ଭ କରିବେ। ତେବେ ରଥ ନିର୍ମାଣ କାର୍ଯ୍ୟ ଜେଭଳି ଶୁରୁଖୁରୁ ରେ ହେବ ସେ ନେଇଶ୍ରୀମନ୍ଦିର ପ୍ରଶାସନିକଅଧିକାରୀ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରଥ ଖଳା ପରିଦର୍ଶନ କରିବା ସହରଥ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରୁଛନ୍ତି । ତିନି ରଥର ମୋଟ ୪୨ ଗୋଟି ତୁମ୍ବର ଗୋଲେଇ ତଥା ମଠାକାର୍ଯ୍ୟ ଶେଷ ହୋଇଛି। ଏହାପରେ ତୁମ୍ବରେ ସୁତା ମରା ଓ ବିନ୍ଧ ଖୋଦେଇ ହୋଇଥଲା। କରତି ସେବକମାନେ ତୁମ୍ବର ଘେର କାଟି ତିନି ରଥ ବିଶ୍ଵକର୍ମାଙ୍କୁ ଯୋଗାଇବେ।ସୂତାବାଡ଼ିଆ ପରେ ତୁମ୍ବର ବଳକା ଅଂଶର ଠେକ ତୁଲିଆ କାର୍ଯ୍ୟ ହେବ। ପରେ ମାପ ଚୁପ ହୋଇ ବିନ୍ଧ ଅନୁକୂଳ ହୋଇଚି।ବିନ୍ଧରେ ଅର ଖଞ୍ଜାଯିବ। ସେଥିରେ ପହି ଯୋଡ଼ାଯାଇ ଚକ ତିଆର ହେବ। ଗୋଟିଏତୁମ୍ଭରେ ୪ଗୋଟି ପହି ଲାଗିବ। ସେପଟେଦୋଳବେଦିସ୍ଥିତ ୩ଟି ଅସ୍ଥାୟୀ ଶାଳରେଓଝା ସେବକମାନେ ଅର କଣ୍ଟାଓ ପନ୍ଦାରି ଆଦି ତିଆରୁଛନ୍ତି । ସେପଟେ ବଡ଼ଦାଣ୍ଡ ରଥ ଖଳା ଓ ଖପୁରିଆ କରତକଳକୁ ମିଶାଇ ରଥ ନିର୍ମାଣ ପାଇଁ ମୋଟ ୫୫୬ କାଠ ପହଞ୍ଚିଯାଇଥିବା
ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ବରିଷ୍ଠ ତତ୍ତ୍ଵାବଧାରକ ସୁଦର୍ଶନ ମେକାପ। ବୁଧବାର ବଡ଼ଦାଣ୍ଡରେ ୨୨ଟି କାଠ ପହଞ୍ଚିଛି। ନୟାଗଡ଼ ଡିଭିଜନ ମଇତରା ଅଞ୍ଚଳରୁ ଆସିଛି ଏହି କାଠ । ଏଥିରେ ୨୦ ଫୁଟିଆ ଅସନ ୪ଟି ଓ ୧୮ଟି ଧଉରା କାଠ ରହିଛି । ଏହାକୁ ମିଶାଇ ରଥଖଳାରେ ୨୬୦ଟି କାଠ ପହଞ୍ଚିଥିଲା ବେଳେ କରତକଳରେ ୨୯୬ କାଠ ପହଞ୍ଚିଛି। ପ୍ରତି ବର୍ଷ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥାଏ। ୨୦୨୩ ରଥଯାତ୍ରା ଠାରୁ ୫୩ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଗଛିତ ରହିଛି । ଏଣୁ ୨୦୨୪ ରଥ ଯାତ୍ରା ପାଇଁ ଆଉ ୮୧୨ ଖଣ୍ଡ କାଠର ଆବଶ୍ୟକତା ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More